ହାଇକୋର୍ଟଙ୍କ ନିର୍ଦ୍ଦେଶ: ପୂର୍ବତନ ମନ୍ତ୍ରୀଙ୍କୁ ଛାଡ଼ିବାକୁ ପଡ଼ିବ ସରକାରୀ ବଙ୍ଗଳା

ହାଇକୋର୍ଟଙ୍କ ନିର୍ଦ୍ଦେଶ: ପୂର୍ବତନ ମନ୍ତ୍ରୀଙ୍କୁ ଛାଡ଼ିବାକୁ ପଡ଼ିବ ସରକାରୀ ବଙ୍ଗଳା

ପାଟନା: ବିହାରର ପୂର୍ବତନ ମନ୍ତ୍ରୀଙ୍କୁ ଡାକବଙ୍ଗଳା ଛାଡ଼ିବାକୁ ପଡ଼ିବ। ବିହାର ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବିହାରରେ ମହାମେଣ୍ଟ ଭାଙ୍ଗିବା ପରେ ଗତ ବଷ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଗଠବନ୍ଧନ ସରକାର ଗଢ଼ା ଯାଇଛି। ଏହା ପରେ ଆରଜେଡି କୋଟାର ପୂର୍ବତନ ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି କରାଯାଇଛି। ଆରଜେଡିର ପୂର୍ବତନ ମନ୍ତ୍ରୀଙ୍କ ଡାକବଙ୍ଗଳା ଖାଲି କରିବାକୁ ଭବନ ନିର୍ମାଣ ବିଭାଗ ପକ୍ଷରୁ ୨୦୧୭ ସେପ୍ଟେମ୍ବର ୨୦ରେ ଜାରି କରାଯାଇଥିଲା।

ଆରଜେଡି କୋଟାରେ ମନ୍ତ୍ରୀଙ୍କ ଦ୍ୱାରା ଖାଲି କରାଯାଇଥିବା ବଙ୍ଗଳା ବିଜେପି କୋଟାରେ ମନ୍ତ୍ରୀଙ୍କୁ ଆବଣ୍ଟନ କରାଯିବାର ଥିଲା କିନ୍ତୁ ଆରଜେଡିର କୌଣସି ମନ୍ତ୍ରୀ ବଙ୍ଗଳା ଖାଲି କରି ନାହାଁନ୍ତି କିନ୍ତୁ ଏଥର ଆରଜେଡିର ପୂର୍ବତନ ମନ୍ତ୍ରୀଙ୍କୁ ବଙ୍ଗଳା ଖାଲି କରିବାକୁ ପଡ଼ିବ। ଆରଜେଡି କୋଟାରେ ୮ ଜଣ ପୂର୍ବତନ ମନ୍ତ୍ରୀ ଯେଉଁମାନେ ଏପର୍ଯ୍ୟନ୍ତ ସରକାରୀ କୋଟା ଖାଲି କରି ନାହାଁନ୍ତି, ୧୫ ଦିନ ଭିତରେ ନିଜର ନିଜର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।

ବଙ୍ଗଳା ଖାଲି କରି ନପାରିବା ପାଇଁ ଜିଦ୍‌ ଧରି ଆରଜେଡି କୋଟାର ୮ ଜଣ ପୂର୍ବତନ ମନ୍ତ୍ରୀ ପାଟଣା ହାଇକୋର୍ଟରେ ଆବେଦନ କରିଥିଲେ ଓ ଏହି ମାମାଲାର ଶୁଣାଣି କରି ହାଇକୋର୍ଟ ନ୍ୟାୟାଧୀଶ ସୁଧୀର ସିଂହ ଆଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe