ଅଢ଼େଇ ଘଣ୍ଟା ମଧ୍ୟରେ ୨୮୯ଟି ମାମଲାର ଶୁଣାଣି କରି ଇତିହାସ ରଚିଲେ ଜଷ୍ଟିସ ରାଜେନ୍ଦ୍ର ମେନନ୍‌

ଲୋକାୟୁକ୍ତ ଖୋଜା ଆରମ୍ଭ: ଚର୍ଚ୍ଚାରେ ତିନି ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ନାମ

ପାଟନା: ପାଟନା(ବିହାର) ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ବୁଧବାର ମାତ୍ର ଅଢ଼େଇ ଘଣ୍ଟା ମଧ୍ୟରେ ୨୮୯ଟି ମାମଲାର ଶୁଣାଣି କରି ଇତିହାସ ରଚିଛନ୍ତି। ସେହିପରି ଅନ୍ୟ ୧୧ଟି ମାମଲାର ଆଇନଜୀବୀ ନଥିବାରୁ ଶୁଣାଣି ହୋଇ ପାରି ନ ଥିଲା। ଏତଦ୍‌ବ୍ୟତୀତ ପାଟନା ହାଇକୋର୍ଟରେ ସାଢ଼େ ୭ ମାସ ମଧ୍ୟରେ ରୁଜୁ ହୋଇଥିବା ୬୩,୦୭୦ଟି  ମାମଲା ମଧ୍ୟରୁ ଜଷ୍ଟିସ୍‌ ମେନନ୍‌ଙ୍କ ଖଣ୍ଡପୀଠ ୬୨,୦୬୧ ମାମଲାର ଶୁଣାଣି କରିସାରିଛନ୍ତି।

ସୂଚନାଯୋଗ୍ୟ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ୨୦୧୭ ମାର୍ଚ୍ଚ ୧୫ରେ  ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ଏଯାବତ ଗୋଟିଏ ଦିନ ବି ଛୁଟି ନ ନେଇ ଅଦାଲତରେ ଥିବା ସମସ୍ତ ମାମଲାର ଶୁଣାଣି କରିବାରେ ବ୍ୟସ୍ତ ଅଛନ୍ତି।

ଚଳିତବର୍ଷ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଅଦାଲତ  ୬୨,୦୬୧ଟି ମାମଲା, ଜୁଲାଇରେ ୧୨୬୬ଟି ମାମଲା, ସେପ୍ଟେମ୍ବରରେ ୨୧ରେ ୧୦୫୬ଟି ମାମଲାର ଶୁଣାଣି କରିଥିଲେ। ସେହିପରି ଅକ୍ଟୋବର ୧୭ରେ ୧୧୮୯ଟି ମାମଲା, ନଭେମ୍ବର ୯ରେ ୧୪୮୯ଟି ମାମଲାର ଅନ୍ତିମ ଶୁଣାଣି କରିଥିଲେ।

ମୁଖ୍ୟବିଚାର ପତି ରାଜେନ୍ଦ୍ର ମେନନଙ୍କ ଖଣ୍ଡପୀଠରେ ୩୦୦ଟି ଜାମିନ ଆବେଦନ ହୋଇଥିବା ମାମଲା ମଧ୍ୟରୁ ୨୮୯ଟି ମାମଲାକୁ ଶୁଣାଣିକୁ କରିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe