ପାଟନାରେ ୨୪ ଘଣ୍ଟିଆ ଏୟାର୍‌ ଆମ୍ବୁଲାନ୍‌ସ୍‌ କାଉଣ୍ଟର୍‌ ଉଦ୍‌ଘାଟିତ

ପାଟନାରେ ୨୪ ଘଣ୍ଟିଆ ଏୟାର୍‌ ଆମ୍ବୁଲାନ୍‌ସ୍‌ କାଉଣ୍ଟର୍‌ ଉଦ୍‌ଘାଟିତ

Image Source: The Times of India

ପାଟନା: ଭାରତରେ କ୍ଷୁଦ୍ରତମ ବିମାନ ବନ୍ଦର କୁହାଯାଉଥିବା ‘ଜୟପ୍ରକାଶ ନାରାୟଣ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ରେ ଆରମ୍ଭ ହୋଇଛି ଅହର୍ନିଶ (୨୪ ଘଣ୍ଟିଆ) ‘ଆମ୍ବୁଲାନ୍‌ସ୍‌ ବିମାନ’ ବା ‘ଏୟାର୍‌ ଆମ୍ବୁଲାନ୍‌ସ୍‌’ ସେବା କାଉଣ୍ଟର୍‌।

ଗୁରୁବାର ଦିନ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏହି କାଉଣ୍ଟର୍‌କୁ ଉଦ୍ଘାଟନ କରିଛନ୍ତି।

ଏହି କାଉଣ୍ଟର୍‌ର ପରିଚାଳନା କରୁଥିବା କମ୍ପାନିର ମାଲିକ ଅଂଶୁ ଅମନ୍‌ କହନ୍ତି, ବିହାରରେ ପ୍ରତିମାସରେ ପ୍ରାୟ ୧୨ ଜଣ ରୋଗୀ ‘ଆମ୍ବୁଲାନ୍‌ସ୍‌ ବିମାନ’ ସେବା ବ୍ୟବହାର କରୁଛନ୍ତି। ‘ଆମ୍ବୁଲାନ୍‌ସ୍‌ ବିମାନ’ ବୁକିଙ୍ଗ୍‌ କରିବାକୁ ଲୋକେ ହନ୍ତସନ୍ତ ହେଉଥିବା ଦେଖି ବିମାନ ବନ୍ଦରରେ ଏ ଭଳି ସୁବିଧା କରାଯାଇଛି। ଗୟା ଏବଂ ରାଞ୍ଚିରେ ମଧ୍ୟ ଏହି ଭଳି ‘ଆମ୍ବୁଲାନ୍‌ସ୍‌ ବିମାନ’ ସେବା କାଉଣ୍ଟର୍‌ ଖୋଲିବା ପାଇଁ ‘ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ’ ସମ୍ମିତି ପ୍ରଦାନ କରିଛନ୍ତି।

publive-image Image Source: Alma Ambulance

‘ଆମ୍ବୁଲାନ୍‌ସ୍‌ ବିମାନ’ ହେଉଛି ଗୋଟାଏ କ୍ଷୁଦ୍ର ବିମାନ ଯେଉଁଥିରେ ସ୍ୱତନ୍ତ୍ର ଉପକରଣ, ଔଷଧପତ୍ର ଏବଂ ତାଲିମପ୍ରାପ୍ତ ଟିମ୍‌ ଥାଆନ୍ତି। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିବା ରୋଗୀମାନଙ୍କୁ ଏଥିରେ ଡାକ୍ତରଖାନାକୁ ନିଆଯାଏ। ବିହାରରେ ଏହାର ଚାହିଦା ବୃଦ୍ଧି ପାଉଥିବା ଦେଖି
ଉଦ୍ୟୋଗୀ ଅଂଶୁ ଅମନ ଏ ଭଳି କାଉଣ୍ଟର୍‌ଟିଏ ଖୋଲିବାକୁ ସ୍ଥିର କରିଥିଲେ।

ଏହାର ଚାହିଦା ବଢ଼ିବାର ଅନ୍ୟତମ କାରଣ ହେଉଛି ଜାତୀୟ ରାଜଧାନୀ ଦିଲ୍ଲୀ ଭିତରେ ଏବଂ ଚତୁର୍ପାଶ୍ୱରେ ଥିବା ଅନେକ ସୁପର୍‌ ସ୍ପେସାଲିଟି ଡାକ୍ତରଖାନାର ସୁବିଧା। ବିହାରର ରୋଗୀମାନେ ସାଧାରଣତଃ ଜାତୀୟ ରାଜଧାନୀକୁ ଯିବାକୁ ଉଚିତ ମନେକରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe