ଉପମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କ ସହାୟତାରେ ‘ଚା’ ଷ୍ଟଲ୍‌’ ଫେରି ପାଇଲେ ପାଟନାର ‘ଗ୍ରାଜୁଏଟ୍‌ ଚା ବାଲୀ’

Advertisment
ଉପମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କ ସହାୟତାରେ ‘ଚା’ ଷ୍ଟଲ୍‌’ ଫେରି ପାଇଲେ ପାଟନାର ‘ଗ୍ରାଜୁଏଟ୍‌ ଚା ବାଲୀ’

ପାଟନା: ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟାନ୍ୟ ନେତାଙ୍କ ସହାୟତା ପାଇବା ପରେ ପାଟନା ପୌର ନିଗମ କାର୍ଯ୍ୟାନୁଷ୍ଠାନ ଯୋଗୁଁ ‘ଚା ଷ୍ଟଲ୍‌’ ହରାଇଥିବା ପାଟନାର ‘ଗ୍ରାଜୁଏଟ୍‌ ଚା ବାଲୀ’ ତାଙ୍କର ‘ଚା ଷ୍ଟଲ୍‌’ ଫେରି ପାଇଛନ୍ତି।

ପ୍ରିୟଙ୍କା ଗୁପ୍ତା କହିଛନ୍ତି, ତାଙ୍କ ଠିକଣାରେ ଦରଖାସ୍ତ ପଠାଇବା ଲାଗି ଉପମୁଖ୍ୟମନ୍ତ୍ରୀ ମତେ କହିଛନ୍ତି। ଏହାଛଡ଼ା, ମୁଁ ‘ଚା ଷ୍ଟଲ୍‌’ ଫେରି ପାଇବି ବୋଲି ମହାନଗର ନିଗମର ଡେପୁଟି କମିସନର୍‌ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ‘ଚା ଷ୍ଟଲ୍‌’ ଖୋଲିବା ପାଇଁ ମୁଁ ‘ଲାଇସେନ୍‌ସ୍‌’ ପାଇଥିବା କଥା ମଧ୍ୟ ସେମାନଙ୍କୁ କହିଛି।

ସୂଚନାଯୋଗ୍ୟ, ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ପାଟନା ମହାନଗର ନିଗମ ବୋରିଙ୍ଗ୍‌ ରୋଡ୍‌ରେ ଥିବା ପ୍ରିୟଙ୍କା ଗୁପ୍ତାଙ୍କ ‘ଚା ଷ୍ଟଲ୍‌’କୁ ଭାଙ୍ଗି ଉଠାଇ ନେଇଥି‌ଲା। ଏହା ପରେ ସହାୟତା ପାଇଁ ଗୁପ୍ତା କେତେକ ରାଜନେତାଙ୍କୁ ଭେଟିଥିଲେ। ସେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ମଧ୍ୟ ଯାଇଥିଲେ।

publive-image Image Courtesy of Presswire18

ସେତେବେଳେ ମହାନଗର ନିଗମ ଅଧିକାରୀମାନଙ୍କୁ ପ୍ରିୟଙ୍କା ଗୁପ୍ତା କରୁଥିବା ଆକୁଳ ନିବେଦନର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୁପ୍ତା କହିଛନ୍ତି ଯେ, ଦେୟ ବାବଦ ଅର୍ଥ ପୈଠ କରି ‘ଷ୍ଟଲ୍‌’ ଫେରାଇ ଆଣିବାକୁ ତାଙ୍କୁ କିଛି ସମୟ ଦିଆଯାଉ ବୋଲି ସେ ପୌର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ତଥାପି ତାଙ୍କ ‘ଷ୍ଟଲ୍‌’ ଉଠାଇ ନିଆଗଲା।

ସେ କହିଛନ୍ତି, ଲୋକେ କହୁଛନ୍ତି ଯେ, ଗ୍ରାଜୁଏଟ୍‌ ଚା ବାଲି ୩ ଲକ୍ଷ ଟଙ୍କା ଉପାର୍ଜନ କରୁଛି। କିନ୍ତୁ, ମୋର ଖର୍ଚ୍ଚ ମଧ୍ୟ ସେହି ପରି। ବଜାର ମାନ୍ଦା ଥିବାରୁ ମୁଁ ମାସକୁ ୩ ଲକ୍ଷ ଟଙ୍କା ଉପାର୍ଜନ କରିପାରୁ ନାହିଁ।

ସୂଚନାଯୋଗ୍ୟ, ବିହାରର ପୁରନିଆ ଜିଲ୍ଲାବାସିନୀ ପ୍ରିୟଙ୍କା ଗୁପ୍ତା ବାରାଣସୀର ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି। ମାସ ମାସ ଧରି ପ୍ରସ୍ତୁତି କରିବା ସତ୍ତ୍ବେ ସରକାରୀ ଚାକିରି ନ ପାଇବାରୁ ସେ ଚା ବିକିବାକୁ ମନସ୍ଥ କରିଥିଲେ।

ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ଦେବେରାକୋଣ୍ଡା ଏବଂ ଭୋଜପୁରୀ ଚଳଚ୍ଚିତ୍ର ତାରକା ଅକ୍ଷରା ସିଂହ ମଧ୍ୟ ଚା ପିଇିବାକୁ ଗୁପ୍ତାଙ୍କ ‘ଷ୍ଟଲ୍‌’କୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe