ପତ୍ରା ‘ଚଲ୍‌’ ମାମଲା: ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଲେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌

Advertisment
ପତ୍ରା ‘ଚଲ୍‌’ ମାମଲା: ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଲେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌

Image Courtesy of India Today

ମୁମ୍ବାଇ: ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଛନ୍ତି।

ସୂଚନ‌ାଯୋଗ୍ୟ, ମୁମ୍ବାଇର ଏକ ‘ଚଲ୍‌’ (ମୁଖ୍ୟତଃ ଶ୍ରମିକମାନେ ରହିବା ନିମନ୍ତେ ସର୍ବନିମ୍ନ ମୌଳିକ ସୁବିଧା ଥିବା ବହୁ ସଂଖ୍ୟକ ପକ୍କାଘର) ପୁନଃବିକାଶରେ ହୋଇଥିବା ଅନିୟମିତତା ସହିତ ସଂଶ୍ଳିଷ୍ଟ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କୁ ତଦନ୍ତ କରୁଛି।

publive-image

ଉପରୋକ୍ତ ମାମଲାରେ ତାଙ୍କୁ ଜେରା କରାଯାଇ ପାରେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

ଆଗରୁ ଜୁଲାଇ ୨୦ ତାରିଖ ଦିନ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କୁ ସମନ୍‌ ଦେଇଥିଲା। କିନ୍ତୁ, ସଂସଦ ଅଧିବେଶନ ଚାଲିଥିବାରୁ ସେ ଅଗଷ୍ଟ ୭ ତାରିଖ ପରେ ଯାଇ ହାଜର ହେବେ ବୋଲି ତାଙ୍କ ଓକିଲଙ୍କ ଜରିଆରେ ଜଣାଇଥିଲେ। ଜୁଲାଇ ୧ ତାରିଖ ଦିନ ସେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯାଇ ଥରେ ମାତ୍ର ବୟାନ ରେକର୍ଡ କରାଇଥିଲେ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦାଦର୍‌ ଏବଂ ଆଲିବାଗ୍‌ରେ ଥିବା ରାଉତଙ୍କ ସମ୍ପତ୍ତି ‘ଆଟାଚ୍‌’ କରିଥିଲା।

ପ୍ରବୀଣ ରାଉତ ଏବଂ ପାଟକର୍‌ଙ୍କ ସହିତ ସଞ୍ଜୟ ରାଉତଙ୍କ ବ୍ୟବସାୟ ଓ ଅନ୍ୟାନ୍ୟ ସମ୍ପର୍କ ଏବଂ ତାଙ୍କ ପତ୍ନୀଙ୍କ ସମ୍ପୃକ୍ତି ସଙ୍କ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଜେରା କରିବାକୁ ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe