ପତ୍ରା ଚଲ୍‌ ମାମଲା: ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭଗୀୟ ହାଜତରେ ରହିବେ ସଞ୍ଜୟ ରାଉତ

Advertisment
ପତ୍ରା ଚଲ୍‌ ମାମଲା: ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭଗୀୟ ହାଜତରେ ରହିବେ ସଞ୍ଜୟ ରାଉତ

Image Courtesy of ABP Live

ମୁମ୍ବାଇ: ଆଜି ମୁମ୍ବାଇର ଏକ ଅଦାଲତ ପତ୍ରା ଚଲ୍‌ ମାମଲାରେ ସମ୍ପୃକ୍ତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଶିବସେନା ନେତା ସଞ୍ଜୟ ରାଉତ ସମ୍ପୃକ୍ତ ଥିବା ମନି ଲଣ୍ଡରିଙ୍ଗ୍‌ ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ହେଉଥିବା ଲକ୍ଷ୍ୟ କରି ଗତ ଗୁରୁବାର ଦିନ ଅଦାଲତ ରାଉତଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତ ରହଣିକୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଅଧିକ ଆର୍ଥିକ ଦୁର୍ନୀତିର ସନ୍ଧାନ ପାଇଥିବା କହି ସେତେବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କ ହାଜତ ରହଣିକୁ ଆଉ ୮ ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲା।

publive-image Image Courtesy of India.com

ପୂର୍ବରୁ ଧରାପଡ଼ିଥିବା ୧.୦୬ କୋଟି ଟଙ୍କାର ଆର୍ଥିକ ଦୁର୍ନୀତି ବ୍ୟତିରେକେ, ଆହୁରି ୧.୧୭ କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟସଭା ସାଂସଦ ଜଡ଼ିତ ଥିବା ଜଣାପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ଜର୍ଜଗାଓଁ  ଉପନଗରୀରେ ଥିବା ପତ୍ରା ଚଲ୍‌ର ପୁନର୍ବିକାଶରେ ଆର୍ଥିକ ଅନିୟମିତାରେ ସମ୍ପୃକ୍ତି ଥିବା ଦର୍ଶାଇ ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟ କହିଥିଲା, ତଦନ୍ତ ସମୟରେ ଜବତ ହୋଇଥିବା ଦଲିଲରୁ ଜଣାପଡ଼ିଛି ଯେ, ପାଖ ଜିଲ୍ଲା ରାୟଗଡ଼ ଅନ୍ତର୍ଗତ ଆଲିବାଗ୍‌ରେ ଖରିଦ କରାଯାଇଥିବା ସମ୍ପତ୍ତିରେ ହୋଇଥିବା ମୋଟା ଅଙ୍କର ଆର୍ଥିକ କାରବାରରେ ରାଉତ ସଂଶ୍ଳିଷ୍ଟ ଥିଲେ। ଏହା ବ୍ୟତିରେକେ, ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ଆକାଉଣ୍ଟ୍‌ରେ ୧.୦୮ କୋଟି ଟଙ୍କା ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe