ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଇତିମଧ୍ୟରେ ଶେଷ ହୋଇଛି। ଆସନ୍ତା ୧୧ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଏକ୍ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଏକ୍ଜିଟ୍ ପୋଲ୍ରେ ବିଜେପିକୁ ଝଟ୍କା ଲାଗିଛି। ରାଜସ୍ଥାନରେ କଂଗ୍ରେସ ଓ ତେଲେଙ୍ଗାନାରେ ଟିଆର୍ଏସ୍ ଜିତିବା ନେଇ ଅଧିକାଂଶ ଗଣମାଧ୍ୟମ ଚ୍ୟାନେଲ୍ ଆକଳନ କରିଥିଲା ବେଳେ ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଝୁଲା ବିଧାନସଭା ନେଇ ରିପୋର୍ଟ ମିଳିଛି। ଏଭଳି ପରିପ୍ରେକ୍ଷୀରେ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଭିନ୍ନ ମତପୋଷଣ କରିଛନ୍ତି। ସେ କହିଛନ୍ତି, ବିଜେପି ଏଥର ଇତିହାସ ରଚିବାକୁ ଯାଉଛି। ରାଜସ୍ଥାନରେ ବିଜେପି ପୁଣି କ୍ଷମତାକୁ ଆସିବାକୁ ଥିବା ବେଳେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ନିଜ ବିଜୟ ପକ୍କା କରିବ। କିନ୍ତୁ ତେଲେଙ୍ଗାନା ଓ ମିଜୋରାମ୍ ବାବଦରେ ସେ କିଛି କହିନାହାନ୍ତି। ବିଜେପି ନିଜ ବିଜୟକୁ ନେଇ ଦୃଢ଼ନିଶ୍ଚିତ ଥିଲା ବେଳେ କଂଗ୍ରେସ ମଧ୍ୟ ଏଠରେ ବିଜୟ ଧ୍ବଜା ଉଡ଼ାଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ବିଜେପି ମୁଖପାତ୍ର ସମ୍ବିତ୍ କହିଛନ୍ତି, ୩ଟି ରାଜ୍ୟରେ ବିଜେପିକୁ କେହି ହରାଇ ପାରିବେ ନାହିଁ। ଏଠାରେ ବିଜେପି ବହୁମତ ହାସଲ କରିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us