Image Courtesy of Top News Wood
ୱାସିଂଟନ୍: ଲଦାଖ ସୀମାନ୍ତ ବିବାଦ ହେଉଛି ଚୀନ୍ର ଆକ୍ରମଣାତ୍ମକ ସ୍ବଭାବର ପ୍ରତିରୂପ ବୋଲି ବୁଧବାର ଦିନ ଚୀନ୍କୁ ନିନ୍ଦା କରି ହ୍ବାଇଟ୍ ହାଉସ୍ କହିଛି।
ହ୍ବାଇଟ୍ ହାଉସ୍ ଗଣମାଧ୍ୟମ ସଚିବ କେଲିଗ୍ ମ୍ୟାକ୍ଇନାନି ତାଙ୍କ ନୋଟ୍ରୁ ରାଷ୍ଟ୍ରପତିଙ୍କ ବକ୍ତବ୍ୟ ଉଦ୍ଧାର କରି କହିଛନ୍ତି, ଭାରତ-ଚୀନ୍ ସୀମାନ୍ତରେ ଚୀନ୍ର ଆକ୍ରମଣାତ୍ମକ ମନୋଭାବ ବିଶ୍ବର ଅନ୍ୟାନ୍ୟ ଅଞ୍ଚଳରେ ଚୀନ୍ର ବୃହତ୍ତର ଶତ୍ରୁତାର ପ୍ରତିରୂପ ସହ ମେଳ ଖାଉଛି। ଏପରି କାର୍ଯ୍ୟକଳାପ ହିଁ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଅସଲ ସ୍ବଭାବ ଦୃଢ଼ୀଭୂତ କରୁଛି।
ସେ ଆହୁରି କହିଛନ୍ତି ଯେ, ଆମେ ପରିସ୍ଥିତି ଉପରେ ତୀବ୍ର ଦୃଷ୍ଟି ରଖିଛୁ। ରାଷ୍ଟ୍ରପତି ମଧ୍ୟ ରଖିଛନ୍ତି। ଉତ୍ତେଜନା ହ୍ରାସ ନିମନ୍ତେ ଉଭୟ ଭାରତ ଓ ଚୀନ୍ ଇଚ୍ଛା ବ୍ୟକ୍ତ କରିଛନ୍ତି। ସମ୍ପ୍ରତିକ ପରିସ୍ଥିତିର ଶାନ୍ତପୂର୍ଣ୍ଣ ସମାଧାନକୁ ଆମେ ସମର୍ଥନ କରୁଛୁ।
Image Courtesy of Hindustan Timesବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ମଧ୍ୟ ଭାରତରେ ଚୀନ୍ ଆପ୍ ନିଷିଦ୍ଧ କରାଯିବା ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ସେ କହିଲେ, ଚୀନ୍ ଆପ୍ଗୁଡ଼ିକ ଦେଶରେ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ନିମନ୍ତେ ସର୍ଭିଲେନ୍ସ୍ କାମ ବି କରିପାରେ। ଭାରତର ‘କ୍ଲିନ୍ ଆପ୍’ ପ୍ରଚଳନ ଭାରତୀୟ ସାର୍ବଭୌମତ୍ବକୁ ବଳିଷ୍ଠ କରିବ।
ଏହାଛଡ଼ା ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ୍ର ବରିଷ୍ଠ ‘ଡେମୋକ୍ରାଟିକ୍’ ସଦସ୍ୟ ବ୍ରାଡ୍ ସେର୍ମ୍ୟାନ୍ ମଧ୍ୟ ଜୁନ୍ ୧୫ ତାରିଖ ଲଦାଖ ସଂର୍ଘଷ ନିମନ୍ତେ ଚୀନ୍ର ଆକ୍ରମଣାତ୍ମକ ମନୋଭାବକୁ ସମାଲୋଚନା କରିଥିଲେ।
Follow Us