୪ମାସ ତଳେ ପ୍ରଶଂସା କରିଥିଲେ, ଏବେ ଝିଅର ରେସ୍ତୋରାଁ ନାହିଁ ବୋଲି କହୁଛନ୍ତି ସ୍ମୃତି: ପବନ ଖେଡା

Advertisment
୪ମାସ ତଳେ ପ୍ରଶଂସା କରିଥିଲେ, ଏବେ ଝିଅର ରେସ୍ତୋରାଁ ନାହିଁ ବୋଲି କହୁଛନ୍ତି ସ୍ମୃତି: ପବନ ଖେଡା

aajtak

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡା ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୋଆରେ ଥିବା ରେସ୍ତୋରାଁଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ସେ ଏହାକୁ ଚଳାଉଛନ୍ତି। ଏଭଳି ଦାବିକୁ ଖଣ୍ଡନ କରି ସ୍ମୃତି କହିଥିଲେ ଯେ, ମୋ ଝିଅ କଲେଜରେ ଅଧ୍ୟୟନ କରେ ଏବଂ ସେ କୌଣସି ବାର୍ ବା ରେସ୍ତୋରାଁ ଚଳାଏ ନାହିଁ।

ସ୍ମୃତିଙ୍କ ଏଭଳି ବୟାନ ପରେ ସ୍ମୁତିଙ୍କୁ ୪ମାସ ତଳର କଥାକୁ ମନେ ପକାଇ ଟ୍ବିଟ କରିଛନ୍ତି ପବନ ଖେଡା। ସେ ଲେଖିଛନ୍ତି ଯେ, କେଉଁ ସ୍ମୁତି ଇରାନୀ ମିଛ କହୁଛନ୍ତି? ସିଏ, ଯିଏ ଏପ୍ରିଲ ୧୪,୨୦୨୨ରେ ନିଜ ଝିଅର ରେସ୍ତୋରାଁର ପ୍ରଶଂସା କରିଥିଲେ ନା ସିଏ, ଯିଏ ଆଜି ତାଙ୍କ ଝିଅର କୌଣସି ରେସ୍ତୋରାଁ ନଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ବାର୍ ଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ଏହା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ତୁରନ୍ତ ସ୍ମୃତି ଇରାନୀ ଇସ୍ତଫା ଦିଅନ୍ତୁ। ଆରଟିଆଇରୁ ସୂଚନା ପାଇବା ପରେ ଇରାନୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛୁ। ସେ ଗୋଆରେ ଏକ ରେଷ୍ଟୁରାଣ୍ଟ ଚଳାଉଛନ୍ତି ଏବଂ ୧୩ମାସ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ନାମରେ ରେଷ୍ଟୁରାଣ୍ଟର ନକଲି ଲାଇସେନ୍ସ ହାସଲ କରିଛନ୍ତି।

ଏହାର ଜବାବ‌ରେ ଇରାନୀ କହିଥିଲେ, ମୋ ଝିଅ ରାଜନୀତିଠାରୁ ବହୁ ଦୂରରେ। ମୁଁ ପବନ ଖେଡାଙ୍କୁ କହିବାକୁ ଚାହେଁ ଯେ ମୋର ୧୮ବର୍ଷର ଝିଅ କୌଣସି ବାର୍ ବା ରେସ୍ତୋରାଁ ଚଳାଉ ନାହିଁ। ସେ କଲେଜରେ ପଢ଼େ। ଆରଟିଆଇ ଆଧାରରେ ମୋ ଝିଅ ବାର ଚଳାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ସେହି ଆରଟିଆଇରେ ମୋ ଝିଅର ନାଁ ଅଛି କି ବୋଲି ମୁଁ କଂଗ୍ରେସକୁ ପଚାରିବାକୁ ଚାହେଁ। ଗାନ୍ଧୀ ପରିବାର ଅମେଠିରେ ସେମାନଙ୍କୁ ମିଳିଥିବା ପରାଜୟକୁ ହଜମ କରିପାରିନାହିଁ, ତେଣୁ ଏଭଳି ଅଭିଯୋଗ କରୁଛନ୍ତି। ମୁଁ ଏହା ବିରୋଧରେ କୋର୍ଟକୁ  ଯିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe