କରୱା ଚୌଥ ବ୍ରତ ରଖି ଜ୍ୟୋତି କହିଲେ, ‘ଈଶ୍ବରଙ୍କ ନିକଟରେ ଏକମାତ୍ର ପାର୍ଥନା ମୋ ଭଳି ଅଭାଗିନୀ ଆଉ କାହାକୁ ନସଜାନ୍ତୁ’

କରୱା ଚୌଥ ଉପବାସ କରି ଜ୍ୟୋତି ସମସ୍ତ ମହିଳାଙ୍କୁ କରୱା ଚୌଥ ବ୍ରତର ଶୁଭକାମନା ଜଣାଇବା ସହିତ ନିଜକୁ ଅଭାଗିନୀ ବୋଲି କହି କହିଛନ୍ତି, ‘ହେ ଈଶ୍ବର ମୋ ଭଳି ଅଭାଗିନୀ ଆଉ କାହାକୁ ନସଜାନ୍ତୁ।’

us

ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ପବନ ସିଂହ ଓ ତାଙ୍କ ସ୍ତ୍ରୀ ଜ୍ୟୋତିଙ୍କ ମଧ୍ୟରେ ଲାଗିଥିବା ବିବାଦ ଚର୍ଚ୍ଚାର ପରିସରରେ ରହିଛି। ପବନ ଜ୍ୟୋତିଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିବା ବେଳେ ଜ୍ୟୋତି ସେ ସବୁକୁ ଖଣ୍ଡନ କରିଛନ୍ତି। ଏଥିସହିତ ପବନଙ୍କୁ ନେଇ ଅନେକ ପ୍ରଶ୍ନ ଜନତାଙ୍କ ସାମ୍ନାରେ ରଖିଛନ୍ତି।

ଏଭଳି ସମୟରେ ଜ୍ୟୋତି କରୱା ଚୌଥ ଉପବାସ କରି ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଜ୍ୟୋତି ସମସ୍ତ ମହିଳାଙ୍କୁ କରୱା ଚୌଥ ଉପବାସର ଶୁଭକାମନା ଜଣାଇବା ସହିତ ନିଜକୁ ଅଭାଗିନୀ ବୋଲି କହିଛନ୍ତି। 

କ୍ୟାପସନରେ ଜ୍ୟୋତି ସିଂହ ଲେଖିଛନ୍ତି, "ମୁଁ ଜଣେ ସ୍ତ୍ରୀ ଭାବରେ ମୋର କର୍ତ୍ତବ୍ୟ ପାଳନ କରିଛି। ଈଶ୍ବରଙ୍କ ନିକଟରେ ମୋର ଏକମାତ୍ର ପ୍ରାର୍ଥନା କି ମୋ ପରି ଅଭାଗିନୀ ଆଉ କାହାକୁ ନସଜାନ୍ତୁ। ସମସ୍ତ ମା' ଏବଂ ଭଉଣୀମାନଙ୍କୁ କରୱା ଚୌଥର ଶୁଭକାମନା! 

ଏହି ଭିଡିଓରେ କିଛି ଲୋକ ଜ୍ୟୋତି ସିଂହଙ୍କୁ ସମର୍ଥନ କରୁଥିବା ଦେଖାଯାଉଥିବା ବେଳେ, ଅନ୍ୟମାନେ ପବନ ସିଂହଙ୍କ ସମର୍ଥନରେ ମନ୍ତବ୍ୟ ଦେଇଛନ୍ତି।ବିବାଦ ଯୋଗୁଁ ଜ୍ୟୋତି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ସାହାଯ୍ୟ ମାଗିଥିଲେ। ପବନ ସିଂହ ଏବଂ ଜ୍ୟୋତି ସିଂହଙ୍କ ଛାଡପତ୍ର ମାମଲା ଆରା ପରିବାର କୋର୍ଟରେ ଚାଲିଛି। ଦୁହେଁ ଅନେକ ବର୍ଷ ଧରି ଅଲଗା ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe