ଭୟାବହ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ପବନଦୀପ

ପବନଦୀପ ଦୁର୍ଘଟଣାର ଶିକାର ହେବା ଖବର ପାଇବାପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ହୋଇପଡ଼ଛନ୍ତି ଏବଂ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।

rwt

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ର ବିଜେତା ତଥା କଣ୍ଠଶିଳ୍ପୀ ପବନଦୀପ ରାଜନ୍ ସୋମବାର ଆମରୋହାରେ ଏକ ଭୟାବହ କାର ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। 

ସୋସିଆଲ ମିଡିଆରେ କଣ୍ଠଶିଳ୍ପୀଙ୍କ ଏକ ଘୁରି ବୁଲୁଛି। ଯେଉଁଥିରେ ସେ ଗୁରୁତର ଅବସ୍ଥାରେ ଥିବା ବେଳେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି।

ସୋମବାର ପବନଦୀପ ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ଚମ୍ପାବତରୁ  ବାହାରି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ରାତି ପାଖାପାଖି ୩ଟା ସମୟ ହେବ ପବନଦୀପ ରାଜନଙ୍କ କାର ଚାଳକଙ୍କ ଆଖି ଲାଗି ଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଦେଇଥିଲା।

ଏହି ଦୁର୍ଘଟଣାରେ ପବନଦୀପଙ୍କ ବାମ ଗୋଡ ଏବଂ ଡାହାଣ ହାତରେ ଗଭୀର ଭାବେ ଆଘାତ ଲାଗିଛି।ପବନଦୀପ ରାଜନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସେ ବସିଥିବା କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ପବନଦୀପଙ୍କ ଦୁର୍ଘଟଣାଗ୍ରସ୍ତ କାରର ଫଟୋ ବି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

ପବନଦୀପ ଦୁର୍ଘଟଣାର ଶିକାର ହେବା ଖବର ପାଇବାପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ହୋଇପଡ଼ଛନ୍ତି ଏବଂ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe