ନୂଆଦିଲ୍ଲୀ:  ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ କ୍ଷମତା ହାସଲ କରିବାରେ ବିଫଳ ରହିଥିଲେ ମଧ୍ୟ ଶାସକ ବିଜେପିକୁ ସଂଖ୍ୟା ଗରିଷ୍ଠ ସ୍ଥିତି ଲକ୍ଷ୍ୟରୁ ପଛକୁ ହଟାଇ ଦେଇ୍‌ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସହଯୋଗୀ ଦଳଙ୍କର ସହାୟତା ନେବାକୁ ଇଣ୍ଡିଆ ମେଣ୍ଟ ବାଧ୍ୟ କରିଦେଇଥିଲା। କେନ୍ଦ୍ରରେ ସରକାର ଗଠନ ହେବାର ଏକ ବର୍ଷ ମଧ୍ୟରେ ବିରୋଧୀ ଇଣ୍ଡିଆ ମେଣ୍ଟରେ ଫାଟ ନଜର ଆସିଥିଲା। ମେଣ୍ଟର ଘର କଳି ପଦାରେ ପଡ଼ିଥିଲା। ଏନସିପି ଏବଂ ଆପ୍ ମେଣ୍ଟରୁ ଦୂରେଇବାରେ ଲାଗିଥିବାବେଳେ ଟିଏମସି ପ୍ରମୁଖ ମମତା ବାନାର୍ଜୀ ମେଣ୍ଟ ମୁହାଁ ହେବାରେ ଲାଗିଛନ୍ତି। 

Advertisment

ଅପରେସନ ସିନ୍ଦୂର ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବା ପାଇଁ କଂଗ୍ରେସ ନେତୃତ୍ବରେ ନୂଆଦିଲ୍ଲୀରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବୈଠକରେ ୧୬ ବିରୋଧୀ ଦଳର ନେତା ଯୋଗଦେଇଥିଲେ।  କିନ୍ତୁ ଶରଦ ପାୱାର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ର କୌଣସି ନେତା ବୈଠକରେ ଉପସ୍ଥିତ ନଥିଲେ। ମମତାଙ୍କ ଦଳ ଟିଏମସିର  ସାଂସଦ ଡେରେକ ଓ ବ୍ରାୟନ ବୈଠକରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ: କତାରରେ ନେତାନ୍ୟାହୁଙ୍କ ବଡ଼ ଶତ୍ରୁ, ହତ୍ୟା କରିବାକୁ ମୋସାଦର ଯୋଜନା

ବୈଠକରେ ଯୋଗ ଦେଇଥିବା ୧୬ ଦଳଙ୍କ ମଧ୍ୟରେ କଂଗ୍ରେସ, ଟିଏମସି, ଡିଏମକେ, ଏସ୍ପି, ଶିବସେନା (ୟୁବିଟି), ଆରଜେଡି, ନ୍ୟାସନାଲ କନଫରେନ୍ସ, ଜେଏମଏମ, ସିପିଆଇ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍, ଆରଏସପି, ଭିଏସପି, କେରଳ କଂଗ୍ରେସ, ଏମଡିଏମକେ ଏବଂ ସିପିଆଇ (ଏମଏଲ)ର ନେତାମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ୧୬ଟି ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପହଲଗାମ ଆତଙ୍କବାଦୀ ଆକ୍ରମଣ, 'ଅପରେସନ ସିନ୍ଦୂର' ଏବଂ ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା 'ଅସ୍ତ୍ରବିରତି' ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ବୋଲି ଅନୁରୋଧ କରିଥିଲେ।

ତେବେ ବୈଠକରେ ଶରଦ ପାୱାରଙ୍କ ଦଳର କୌଣସି ନେତା ଯୋଗଦେଇ ନଥିବାରୁ ଏବେ ଇଣ୍ଡିଆ ମେଣ୍ଟ ନେଇ ତାଙ୍କର ମନୋଭାବ ବଦଳିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।  ସେହିଭଳି ଅରବିନ୍ଦ କେଜ୍ରିୱାଲଙ୍କ  ଇଣ୍ଡିଆ ମେଣ୍ଟ ସହିତ ନିଜର ସମ୍ପର୍କ ତୁଟାଇ ଦେଇଥିବା ଚର୍ଚ୍ଚା  ହେଉଛି।  ଏବେ ଇଣ୍ଡିଆ ମେଣ୍ଟ ଶରଦ ପାୱାର ଏବଂ କ୍ରେଜିୱାଲଙ୍କ ବିନା କେଉଁ ପଦକ୍ଷେପ ନେବ ସେ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା କରାଯାଉଛି।

ଅଧିକ ପଢ଼ନ୍ତୁ: ସମର୍ଥନ ପାଇବା ପରେ ତାମିଲ୍‌ନାଡୁବାସୀଙ୍କୁ ଧନ୍ୟବାଦ ଦେଲେ କମଲ ହସନ୍‌

INDIA Alliance | congress | BJP | NCP | AAP | arvind kejriwal | Mamata Banarjee