ପାୱାରଙ୍କ ପରାମର୍ଶ ପରେ ରାହୁଲଙ୍କ ଚେତା ପଶିଲା: ସବରକରଙ୍କ ବିରୋଧରେ ଟିପ୍ପଣୀ ଦେବେନି

ପାୱାରଙ୍କ ପରାମର୍ଶ ପରେ ରାହୁଲଙ୍କ ଚେତା ପଶିଲା: ସବରକରଙ୍କ ବିରୋଧରେ ଟିପ୍ପଣୀ ଦେବେନି

The Indian Express

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସବରକର ଟିପ୍ପଣୀ ପାଇଁ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟରେ ବିବାଦ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗତକାଲି ରାହୁଲଙ୍କ ସବରକର ଟିପ୍ପଣୀ ପାଇଁ ତାଙ୍କୁ ଚେତାବନୀ ଦେଇଥିଲେ। ଠାକ୍‌ରେ କହିଥିଲେ ରାହୁଲ ଯଦି ସବରକରଙ୍କୁ ଅପମାନିତ କରିବା ବନ୍ଦ ନକରିବେ ତେବେ ମେଣ୍ଟରେ ଫାଟ ସୃଷ୍ଟି ହେବ। ଏହି ପ୍ରସଙ୍ଗ ପାଇଁ ଗତକାଲି ବିରୋଧୀ ବୈଠକରେ ମଧ୍ୟ ଶିବସେନା (ୟୁବିଟି) ସାମିଲ ହୋଇନଥିଲା। ତେବେ ଶରଦ ପାୱାର ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିଛନ୍ତି। ପାୱାର ମହା ବିକାଶ ଅଘାଡ଼ି ମେଣ୍ଟରେ ଯେଭଳି କୌଣସି ପ୍ରକାର ଫାଟ ସୃଷ୍ଟି ନ‌ହେବ ସେଦିଗରେ କାର୍ଯ୍ୟ କରିଛନ୍ତି। ପାୱାର ରାହୁଲ ଗାନ୍ଧିଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି। ପାୱାର ବୁଝାଇବାପରେ ରାହୁଲଙ୍କ ଚେତା ପଶିଛି। ସବରକରଙ୍କୁ ନେଇ ସେ ଆଉ କୌଣସି ଟିପ୍ପଣୀ ଦେବେନାହିଁ ବୋଲି କହିଛନ୍ତି।

ଶରଦ ପାୱାର ଗତକାଲି ବିରୋଧୀ ନେତାଙ୍କ ସହ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପାୱାର କହିଥିଲେ, ସବରକରଙ୍କୁ ଟାର୍ଗେଟ୍‌ କରିବା ଦ୍ବାରା ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ପାଇଁ କିଛି ଲାଭ ହେବ ନାହିଁ। ପାୱାର ମଧ୍ୟ ରାହୁଲ ଗାନ୍ଧିଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସବରକର କେବେ ବି ଆରଏସଏସର ଜଣେ ସଦସ୍ୟ ନୁହନ୍ତି। ପାୱାର କହିଥିଲେ, ବିରୋଧୀ ଦଳଙ୍କର ବାସ୍ତବ ଲଢ଼େଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସହ। ପାୱାର ବୁଝାଇବାପରେ ରାହୁଲ ଶିବସେନା‌ ନେତା ସଂଜୟ ରାଉତଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ ସେ ସବରକରଙ୍କ ବିରୋଧରେ ଆଉ କୌଣସି ଟିପ୍ପଣୀ ଦେବେନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe