ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ : ୧୫ଦିନ ଭିତରେ ୧ଟଙ୍କା ଜରିମାନା ନ ଦେଲେ ୩ ମାସ ଜେଲ ଯିବେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ

Advertisment
ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ :  ୧୫ଦିନ ଭିତରେ ୧ଟଙ୍କା ଜରିମାନା ନ ଦେଲେ ୩ ମାସ ଜେଲ ଯିବେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କୁ ସେପ୍ଟେମ୍ବର ୧୫ସୁଦ୍ଧା ଟଙ୍କା ୧ଟଙ୍କା ଜରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୧୫ସୁଦ୍ଧା ୧ଟଙ୍କା ଜରିମାନା ଜମା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପାଇଁ ତାଙ୍କୁ ପେସାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ ସୋମବାର ରାୟ ଶୁଣାଇଛନ୍ତି ।

प्रशांत भूषण (फाइल फोटो-PTI) aajtak

ନ୍ୟାୟପାଳିକା ବିରୋଧରେ ଦୁଇଟି ଟ୍ୱିଟ୍ ଉପରେ କୋର୍ଟ ଶୁଣାଣି କରି ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଚଳିତ ମାସ ଆରମ୍ଭରେ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ସମୟରେ ଟୁଇଟ ପାଇଁ କ୍ଷମା ମାଗିନେବାକୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଥିଲେ ମଧ୍ୟ ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପ୍ରଶାନ୍ତ ଭୂଷଣ ମନା କରି ଦେଇଥିଲେ। କ୍ଷମା ମାଗିବାକୁ ତାଙ୍କ ବିବେକ ଅନୁମୋଦନ କରୁନାହିଁ। ଯଦି ସେ କ୍ଷମା ମାଗିବେ ଏହା ତାଙ୍କ ଅନ୍ତରାତ୍ମା ପ୍ରତି ଅବମାନନା ହେବ ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ଗରିମା କ୍ଷୁଣ୍ଣ ହେବା ଉଦ୍ଦେଶ୍ୟରେ ସେ କୌଣସି ଟ୍ବିଟ୍‌ କରି ନଥିଲେ ଏବଂ କୋର୍ଟଙ୍କ ପ୍ରତି ତାଙ୍କ ମନରେ ସର୍ବଦା ସମ୍ମାନ ରହିଛି । ସେ ଯାହା ଟ୍ବିଟ୍‌ କରିଥିଲେ, ତାହା ତାଙ୍କର ବାକ୍‌ ସ୍ବାଧୀନତା ପରିସରଭୁକ୍ତ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe