ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା: ଅଭିଯୁକ୍ତା ତିନି ଡାକ୍ତରାଣୀଙ୍କୁ ଗିରଫ କଲା ପୁଲିସ

Advertisment
ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା: ଅଭିଯୁକ୍ତା ତିନି ଡାକ୍ତରାଣୀଙ୍କୁ ଗିରଫ କଲା ପୁଲିସ

Image Source: Zee News

ମୁମ୍ବାଇ: ବୁଧବାର ସକାଳେ ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲାରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତା ଡାକ୍ତର ଅଙ୍କିତା ଖଣ୍ଡେଲ୍‌ଓ୍ଵାଲ୍‌ଙ୍କୁ ପୁଲିସ ଗିରଫ କରିଛି। ମଙ୍ଗଳବାର ଦିନ ଅନ୍ୟ ଦୁଇ ଅଭିଯୁକ୍ତା ଡାକ୍ତର ଭକ୍ତି ମେହରେ ଏବଂ ହେମା ଆହୁଜାଙ୍କୁ ଗିରଫ କରିଥିଲା। ସନ୍ଧ୍ୟାବେଳେ ସେସନ୍‌ କୋର୍ଟରେ ଭକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ରାତିରେ ହେମାଙ୍କୁ ଗିରଫ କରାଯାଇଥିଲା।

ମୁମ୍ବାଇର ବିଓ୍ଵାଇଏଲ୍‌ ନାୟର୍‌ ହସ୍‌ପିଟାଲ୍‌ ଏହି ମାମଲାରେ ସମ୍ପୃକ୍ତି ସ୍ତ୍ରୀରୋଗ ବିଭାଗର ମୁଖ୍ୟ ଏବଂ ଅନ୍ୟ ତିନି ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଥିଲା। ଅନ୍ୟ ତିନି ଜଣ ଡାକ୍ତରଙ୍କୁ ମଧ୍ୟ ବୁକ୍‌ କରାଯାଇଛି।

ବର୍ଣ୍ଣବୈଷମ୍ୟତାରେ ସରବ୍ୟ ହୋଇ ମେ ୨୭ ତାରିଖ ଦିନ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ସେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଅଭିଯୁକ୍ତା ଡାକ୍ତରାଣୀମାନେ ତାଙ୍କୁ ତାଚ୍ଛଲ୍ୟ କରୁଥିଲେ ବୋଲି ତଡ଼ଓ୍ଵିଙ୍କ ପରିବାର ମଧ୍ୟ ଅଭିଯୋଗ କରିଛନ୍ତି।

ପାୟଲ୍‌ ତଡ଼ଓ୍ଵି ଜଲଗାଓଁର ମୁସଲ୍‌ମାନ ଜନଜାତିର ସଦସ୍ୟା। ସ୍ତ୍ରୀରୋଗ ଓ ପ୍ରସୂତୀ ବିଭାଗରେ ସେ ଥିଲେ ଦ୍ୱିତୀୟ ବାର୍ଷିକ ସ୍ନାତକୋତ୍ତର ଛାତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe