ବଜେଟ୍‌ ଉପସ୍ଥାପନ କଲେ ପାରିକର

ଆମେରିକାରେ ହେବ ପାରିକରଙ୍କ ଚିକିତ୍ସା!

ଗୋଆ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଗୋଆ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଅସୁସ୍ଥତା ହେତୁ ଗତ ଫେବ୍ରୁଆରି ୧୫ ତାରିଖରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ପାରିକର ଆଜି ଡିସ୍‌ଚାର୍ଜ ହେବାପରେ ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଜରୁରୀ ପରିସ୍ଥିତିରେ ସେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାରୁ ସେ ପୁନର୍ବାର ମୁମ୍ବାଇ ଫେରିଯାଇ ଚିକିତ୍ସିତ ହେବେ ବୋଲି ଜଣାପଡ଼ିଛି। ତେବେ ପାରିକର ମୁମ୍ବାଇ ଫେରିଯିବା ପୂର୍ବରୁ ଏକ କ୍ୟାବିନେଟ୍‌ ବୈଠକ ପରିଚାଳନା କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଯେତେଦିନ ପର୍ଯ୍ୟନ୍ତ ପାରିକର ଚିକିତ୍ସାଧୀନ ରହିବେ ସେହି ସମୟରେ ସରକାର ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍‌ଥା ହେବ ବୋଲି ଜଣାପଡ଼ିଛି। ଅସ୍ଥାୟୀ ଭାବେ ପାରିକର ତାଙ୍କର ୫ଟି ମୁଖ୍ୟ ବିଭାଗକୁ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ବାଣ୍ଟିବା ସମ୍ଭାବନା ରହିଛି। ଫୁଡ୍‌ ପଏଜନିଂ ହେତୁ ଗୋଆ ମେଡିକାଲ କଲେଜରେ ଚିକିତ୍ସିତ ହୋଇଥିବା ପାରିକରଙ୍କୁ ପରେ ଲୀଳାବତୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe