ନଇଁଲା ପାକିସ୍ତାନ, ହାଇବ୍ରିଡ୍ ମଡେଲରେ ହେବ ଚାମ୍ପିୟନ୍ସ ଟ୍ରଫି

ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲରେ  ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାଇଁ ରାଜି ହୋଇଛି। କିନ୍ତୁ ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଆଗରେ କେତେକ ସର୍ତ୍ତ ରଖିଛି ।

ଅଦ୍ୟତନ ହୋଇଛି
icc

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲରେ  ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ରାଜି ହୋଇଛି। କିନ୍ତୁ ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ଚାମ୍ପିୟନ୍ସ ଟ୍ରଫିକୁ ନେଇ ପିସିବି ୟୁଏଇ ସହ ଆଲୋଚନା କରିବ। ଏକ ନିରପେକ୍ଷ ସ୍ଥାନରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଖେଳାଯିବ। ତେଣୁ ଭାରତ ୟୁଏଇରେ ନିଜର ମ୍ୟାଚ୍ ଖେଳିପାରିବ। ଚାମ୍ପିୟନ୍ସ ଟ୍ରଫିର ଚୂଡ଼ାନ୍ତ ନିଷ୍ପତ୍ତି ଶନିବାର ରାତି କିମ୍ବା ରବିବାର ସକାଳ ସୁଦ୍ଧା ଆନୁଷ୍ଠାନିକ ଭାବେ ଆସିବ ବୋଲି ଆଶା କରାଯାଉଛି।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଆଗରେ କେତେକ ସର୍ତ୍ତ ରଖିଛି । ଏହା ଅନୁସାରେ ଯଦି ଭାରତ ଫାଇନାଲକୁ ନ ଯାଏ ତେବେ ଫାଇନାଲ ଲାହୋରରେ ହେବ । ଆଉ ଏକ ସର୍ତ୍ତ ହେଉଛି, ଭବିଷ୍ୟତରେ ଭାରତରେ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୁଏ ତେବେ ପାକିସ୍ତାନ ଭାରତକୁ ଖେଳିବାକୁ ଯିବ ନାହିଁ ଓ ତାହା ହାଇବ୍ରିଡ୍ ମୋଡରେ ଖେଳାଯିବ । ତେବେ ଏନେଇ ଆଇସିସିର ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଆଗରେ କେତେକ ସର୍ତ୍ତ ରଖିଛି । ଏହା ଅନୁସାରେ ଯଦି ଭାରତ ଫାଇନାଲକୁ ନ ଯାଏ ତେବେ ଫାଇନାଲ ଲାହୋରରେ ହେବ । ଆଉ ଏକ ସର୍ତ୍ତ ହେଉଛି, ଭବିଷ୍ୟତରେ ଭାରତରେ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୁଏ ତେବେ ପାକିସ୍ତାନ ଭାରତକୁ ଖେଳିବାକୁ ଯିବ ନାହିଁ ଓ ତାହା ହାଇବ୍ରିଡ୍ ମୋଡରେ ଖେଳାଯିବ ।

ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଇସିସି ଶୁକ୍ରବାର ଏକ ବୈଠକ କରିଥିଲା। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ ବୋର୍ଡର ଅଧିକାରୀମାନେ ଯୋଗ ଦେଇଥିଲେ। କିନ୍ତୁ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ଏହାକୁ ବଢ଼ାଇ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଏବେ ହାଇବ୍ରିଡ୍ ମଡେଲ ପାଇଁ ପ୍ରସ୍ତୁତ। ତେଣୁ ଟିମ୍ ଇଣ୍ଡିଆ ୟୁଏଇରେ ନିଜର ମ୍ୟାଚ୍ ଖେଳିପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe