ଫାଇନାଲ୍ ମଞ୍ଚରେ ନଥିଲେ ପିସିବି ପ୍ରତିନିଧି: ଅଖତର, ଆକ୍ରମଙ୍କ ସମାଲୋଚନା

Advertisment

ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ର ପୁରସ୍କାର ପ୍ରଦାନ ଉତ୍ସବରେ ଜଣେ ହେଲେ ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ) ପ୍ରତିନିଧି ନଥିବାରୁ ଖୁବ୍ ଖପ୍ପା ହୋଇଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର।

ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ର ପୁରସ୍କାର ପ୍ରଦାନ ଉତ୍ସବରେ ଜଣେ ହେଲେ ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ) ପ୍ରତିନିଧି ନଥିବାରୁ ଖୁବ୍ ଖପ୍ପା ହୋଇଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର।

ggdgdcvgf

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ର ପୁରସ୍କାର ପ୍ରଦାନ ଉତ୍ସବରେ ଜଣେ ହେଲେ ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ) ପ୍ରତିନିଧି ନଥିବାରୁ ଖୁବ୍ ଖପ୍ପା ହୋଇଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ସୋଏବଙ୍କ କହିବା କଥା ହେଲା ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ସଂସ୍କରଣର ଆୟୋଜକ ଥିଲା। କେବଳ ଭାରତ ପାଇଁ ଫାଇନାଲ୍ ମ୍ୟାଚ୍‌ ଦୁବାଇରେ ଖେଳାଯାଇଥିଲା। କିନ୍ତୁ ପୁରସ୍କାର ଉତ୍ସବରେ ଜଣେ ବି ପାକିସ୍ତାନୀ କି ପାକିସ୍ତାନ୍ କ୍ରିକେଟ୍ ବୋର୍ଡ କର୍ମକର୍ତ୍ତା ନଥିଲେ। ଆଇସିସି ଅଧ୍ୟକ୍ଷ ଜୟ ଶାହ, ବିସିସିଆଇ ସଭାପତି ରୋଜର ବିନ୍ନି, ସମ୍ପାଦକ ଦେବଜିତ ସାଇକିଆ, ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍ (ଏନ୍‌ଜେଡ୍‌ସି) ନିର୍ଦ୍ଦେଶକ ରୋଜର ଟୋଜ୍‌ ପୋଡିୟମ୍‌ରେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡର ଚିଫ୍ ଅପରେସନ୍ସ ଅଫିସର୍‌ ତଥା ଚାମ୍ପିଅନ୍ସ ଟ୍ରଫି ଇଭେଣ୍ଟ୍ ଡିରେକ୍ଟର୍‌ ସୁମାଇର ଅହମ୍ମଦ ଦୁବାଇରେ ଥିଲେ ମଧ୍ୟ ପୋଡିୟମ୍ ନିମନ୍ତ୍ରଣ ପାଇ ନଥିଲେ।

ଟେଲିକମ୍‌ ଏସିଆ ସ୍ପୋର୍ଟର ଏକ ରିପୋର୍ଟ ଅନୁସାରେ ପିସିବି ଅଧ୍ୟକ୍ଷ ମୋହସିନ୍ ନକ୍‌ଭି ଦୁବାଇ ଯିବାରେ ଅସମର୍ଥ ଥିଲେ। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ ସେ ରବିବାର ଇସ୍‌ଲାମାବାଦରେ ଉପସ୍ଥିତ ରହିବା ଆବଶ୍ୟକ ଥିବାରୁ ଆଇସିସିକୁ ଜଣାଇ ଦେଇଥିଲେ। ଉକ୍ତଦିନ ପାକିସ୍ତାନ ରାଷ୍ଟ୍ରପତି ଅସିଫ୍ ଜର୍ଦାରି ରବିବାର ମିଳିତ ସଂସଦକୁ ଉଦ୍‌ବୋଧନ ଦେଇଥିଲେ। ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କିନ୍ତୁ ପୁରସ୍କାର ଉତ୍ସବରେ ପାକିସ୍ତାନ ପ୍ରତିନିଧିଙ୍କ ଅନୁପସ୍ଥିତିକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ପିସିବି ମଞ୍ଚକୁ ଜଣେ ହେଲେ ପ୍ରତିନିଧି ନ ପଠାଇବା ମୋ ପାଇଁ ଅବୁଝା ରହିଛି ବୋଲି ସେ କହିଛନ୍ତି। ‘ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଲା, ମୁଁ କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଲି। ପାକିସ୍ତାନ ଆୟୋଜକ ଥିଲେ ମଧ୍ୟ ଜଣେ ହଲେ ପିସିବି ପ୍ରତିନିଧି ଟ୍ରଫି ପ୍ରଦାନ ଲାଗି ମଞ୍ଚରେ ନଥିଲେ। ଏ ବିଷୟରେ ବିଚାର କରନ୍ତୁ, ଏହା ଏକ ବିଶ୍ବ ମଞ୍ଚ ହୋଇଥିବାରୁ ମୋ ପାଇଁ ଅବୁଝା ରହିଛି। ଦୁଃଖ ବି ଲାଗୁଛି’ ବୋଲି ଅଖତର୍ ନିଜ ‘ଏକ୍ସ’ ପୃଷ୍ଠାରେ ଲେଖିଛନ୍ତି। ଅନ୍ୟତମ ପାକିସ୍ତାନୀ କ୍ରିକେଟର୍ ୱାସିମ୍ ଆକ୍ରମ ମଧ୍ୟ ଅଖତରଙ୍କ ଭଳି ଅସନ୍ତୋଷ ପ୍ରକଟ କରିଛନ୍ତି। ପିସିବି ଅଧ୍ୟକ୍ଷ ଅସୁସ୍ଥ ଥିଲେ ମଧ୍ୟ ସୁମାଇର ଅହମ୍ମଦ ସୟଦ (ପିସିବି କ୍ରିକେଟ୍ ଅପରେସନ୍ସ ଅଧିକାରୀ) ଓ ଉସ୍‌ମାନ ୱାହଲା (ପିସିବି ପାଇଁ ଆଇସିସିର ନିର୍ଦ୍ଦେଶକ) ଉପସ୍ଥିତ ଥିଲେ ମଧ୍ୟ ମଞ୍ଚକୁ ନିମନ୍ତ୍ରଣ ପାଇ ନଥିଲେ ବୋଲି ଆକ୍ରମ କହିଛନ୍ତି। ପାକିସ୍ତାନ ଆୟୋଜକ ଥିବାରୁ ଏହା ଏକ ଅଧିକାର ନୁହେଁ କି ବୋଲି ଆକ୍ରମ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଫାଇନାଲ୍ ଯିବା ପରେ କୁଆଡ଼େ ପିସିବି ଅଧ୍ୟକ୍ଷ ଦୁବାଇ ଗସ୍ତରୁ ଓହରି ଯାଇଥିଲେ। ଏହା ଏକ ନକାରାତ୍ମକ ଭାବନା ବୋଲି ବହୁ ପୂର୍ବତନ ଖେଳାଳି ଅଭିହିତ କରିଛନ୍ତି। ନ୍ୟୁଜିଲାଣ୍ଡ୍‌ ଓ ଭାରତଠାରୁ ହାରିବା ପରେ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍‌ ପଡ଼ିଥିଲା। ଫଳରେ ୨୯ ବର୍ଷ ପରେ ଏକ ଆଇସିସି ପ୍ରତିଯୋଗିତା ଆୟୋଜନ କରିଥିବା ଗତଥରର ବିଜେତା ଥାଇ ମଧ୍ୟ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା।

ପ୍ରଶଂସକଙ୍କ ପାଇଁ ଐତିହାସିକ ଇଭେଣ୍ଟ୍‌
ଅଇସିସି ଚାମ୍ପିଅନ୍ସ ଟ୍ରଫିର ସଫଳ ସମାପନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀ ଏହି ୮ ଦଳୀୟ ପ୍ରତିଯୋଗିତାର ସମସ୍ତ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଛନ୍ତି। ଅହରହ କାର୍ଯ୍ୟ କରିଥିବା ପିସିବି ଅଧିକାରୀ, ପାକିସ୍ତାନ ଆସିଥିବା ସମସ୍ତ ଦଳ, ଆଇସିସି ଅଧିକାରୀ, ପାକିସ୍ତାନ ସରକାର ସର୍ବୋପରି ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ ଆୟୋଜନ କରିଥିବାରୁ ସେ ବିଶ୍ବବ୍ୟାପୀ ପାକିସ୍ତାନୀ ପ୍ରଶଂସକଙ୍କୁ ବି ବିଶେଷ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କ ପାଇଁ ଏହା ଏକ ଐତିହାସିକ ଇଭେଣ୍ଟ୍‌ ହୋଇ ରହିବ ବୋଲି ନକ୍‌ଭୀ ପ୍ରକାଶ କରିଥିଲେ। ପାକିସ୍ତାନର ୩ ସହର ଲାହୋର, କରାଚୀ, ରାୱଲପିଣ୍ଡି ଏବଂ ଭାରତ ସମ୍ପୃକ୍ତ ମ୍ୟାଚ୍‌ଗୁଡ଼ିକ ୟୁଏଇର ଦୁବାଇରେ ଖେଳାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe