ବିଚ୍ଛିନ୍ନତାବାଦୀଙ୍କ ସମର୍ଥନରେ ଅଛନ୍ତି ପିଡିପି ନେତ୍ରୀ ମେହବୁବା

Advertisment
ଭାରତୀୟ ସେନା ଉପରେ ମେହେବୁବାଙ୍କ ଗୁରୁତର ଅଭିଯୋଗ... ମସଜିଦରେ ପଶି ଜୟ ଶ୍ରୀରାମ କହିବାକୁ ବାଧ୍ୟ କଲେ

New Indian Express

ନୂଆଦିଲ୍ଲୀ: ପିଡିପି ନେତ୍ରୀ ତଥା ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କର ବିଚ୍ଛିନ୍ନତାବାଦୀଙ୍କ ସହ ସମ୍ପର୍କ ରହିଛି ବୋଲି ସରକାରୀ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ବିରୋଧରେ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ) ଲାଗୁ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୬ ପୃଷ୍ଠା ସମ୍ବଳିତ ଏକ ତଥ୍ୟ ସିଟ୍‌ ଅନୁସାରେ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ସମୟରେ ମେହବୁବା ବିଚ୍ଛିନ୍ନତାବାଦୀଙ୍କ ସହ ସ୍ବର ମିଳାଇ ଏହାକୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ସମୟରେ ମେହବୁବା କେନ୍ଦ୍ର ସରକାରଙ୍କୁ ଧମକ ଦେଇ କହିଥିଲେ ଯେ, ସରକାର ନିଆଁ ସହ ଖେଳ ଖେଳୁଛନ୍ତି। ଏହି ନିଆଁରେ କେବଳ ହାତ ନୁହେଁ ସାରା ଶରୀର ପୋଡ଼ିଯିବ ବୋଲି ମେହବୁବା ଧମକ ଦେଇଥିଲେ। ସେହିଭଳି ସରକାରଙ୍କ ବିରୋଧରେ ଜନସାଧାରଣଙ୍କୁ ମତେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ପିଏସ୍‌ଏ ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe