ପିଡିପି ପୋଲିଂ ଏଜେଣ୍ଟ,କର୍ମୀ ଅଟକ: ଧାରଣା ଦେଲେ ମେହବୁବା ମୁଫତି

ପିଡିପି ପୋଲିଂ ଏଜେଣ୍ଟ,କର୍ମୀ ଅଟକ: ଧାରଣା ଦେଲେ ମେହବୁବା ମୁଫତି

ଶ୍ରୀନଗର: ଦେଶର ଷଷ୍ଠ ପର୍ଯ୍ୟାୟରେ ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଲୋକସଭା ଆସନରେ ମତଦାନ ଚାଲିଛି। ସକାଳେ ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ପିଡିପି ମୁଖ୍ୟ ତଥା ପ୍ରାର୍ଥୀ ମେହବୁବା ମୁଫତି ଦଳର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ବିନା କାରଣରେ ପିଡିପି ପୋଲିଂ ଏଜେଣ୍ଟ ଏବଂ କର୍ମୀଙ୍କୁ ଅଟକ ରଖିଛି।

ଷଷ୍ଠ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ଗୋଟିଏ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଅନନ୍ତନାଗର ରଣବୀରପୋରାରେ ମତଦାନ ଚାଲିଛି। ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେ.କେ.ଏନ୍.ସି) ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ମିଆଁ ଅଲତାଫ ଅହମ୍ମଦଙ୍କୁ ପ୍ରାର୍ଥୀ କରିଛି। ପିଡିପି ଏହି ଆସନରୁ ମେହବୁବା ମୁଫତିଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe