ଭାରତ-ଚୀନ୍ ସାଧାରଣ ସମ୍ପର୍କ ପାଇଁ ସୀମାରେ ଶାନ୍ତି- ସ୍ଥିରତା ପ୍ରଥମ ସର୍ତ୍ତ

Advertisment

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତ ଚୀନ୍ ସମ୍ପର୍କକୁ ନେଇ ଲୋକସଭାରେ ଏକ ବଡ଼ ବିବୃତି ଦେଇଛନ୍ତି। ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ କୂଟନୈତିକ ଏବଂ ସାମରିକ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି...

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତ ଚୀନ୍ ସମ୍ପର୍କକୁ ନେଇ ଲୋକସଭାରେ ଏକ ବଡ଼ ବିବୃତି ଦେଇଛନ୍ତି। ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ କୂଟନୈତିକ ଏବଂ ସାମରିକ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି...

WhatsApp Image 2024-12-03 at 6.41.18 PM

ନୂଆଦିଲ୍ଲୀ: ଭାରତ-ଚୀନ୍ ସମ୍ପର୍କ ତଥା ଚୀନ୍ ସହ ସୀମା ବିବାଦ ସମ୍ପର୍କରେ ମଙ୍ଗଳବାର ଲୋକସଭାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏପ୍ରିଲ୍ ୨୦୨୦ଠାରୁ ପରିସ୍ଥିତି ସ୍ୱାଭାବିକ ରହିଛି।

ସେ କହିଛନ୍ତି ଏଲଏସି ଉପରେ କୂଟନୈତିକ ପଦକ୍ଷେପ ଯୋଗୁ ପରିସ୍ଥିତିରେ ସୁଧାର ଆସିଛି ଏବଂ ପରିସ୍ଥିତିକୁ  ସ୍ବାଭାବିକ କରିବା ପାଇଁ ଉଭୟ ପକ୍ଷ ଆଗାମୀ ଆଲୋଚନା ପାଇଁ ପ୍ରତିଶ୍ରୁତିବଦ୍ଧ। ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ଚୀନ୍ କେବଳ  ସହମତି ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରି ପାରିବେ। 

ଅଧିକ ପଢ଼ନ୍ତୁ: କାର୍ଯ୍ୟକାଳ ଶେଷ ପୂର୍ବରୁ ଭାରତକୁ ଉପହାର ଦେଲେ ବାଇଡେନ

ଉଭୟ ଦେଶ କେବଳ ସଂଳାପ ଏବଂ ସହମତି ଭିତ୍ତିରେ ସମସ୍ତ ସମସ୍ୟାର ସମାଧାନ କରି ପାରିବେ। ସୀମାରେ ସ୍ୱାଭାବିକ ହେବା ପରେ ହିଁ ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। 

ସୂଚନାଯୋଗ୍ୟ, ସୀମା ବିବାଦ ଯୋଗୁ ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଏବଂ ରଣନୀତିକ ଭାଗିଦାରୀ ପ୍ରଭାବିତ ହୋଇଛି। ଉଭୟ ଦେଶ ଏସିଆର ପ୍ରମୁଖ ଅର୍ଥନୈତିକ ଶକ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ଏହି ତିକ୍ତତା ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ମଧ୍ୟ ପ୍ରଭାବ ପକାଇଛି। କେବଳ ଭାରତ ଏବଂ ଚୀନ୍ ନୁହେଁ ସମଗ୍ର ଅଞ୍ଚଳର ସ୍ଥିରତା ପାଇଁ ସୀମା ବିବାଦର ସମାଧାନ ଗୁରୁତ୍ୱପୂର୍ଣ୍ଣ।  ଯଦି ଏହି ବିବାଦର ସମାଧାନ ହୁଏ, ତେବେ ଏସିଆରେ ସ୍ଥାୟୀ ଶାନ୍ତି ପାଇଁ ଏହା ଏକ ପ୍ରମୁଖ ପଦକ୍ଷେପ ହେବ।

ଅଧିକ ପଢ଼ନ୍ତୁ: ଗୁଜରାଟ କାରଖାନାରେ ବିସ୍ଫୋରଣ, ୪ ଶ୍ରମିକ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe