ଆଜି ଠାରୁ ସିମଲାରେ ୮୨ତମ ପୀଠାସୀନ ଅଧିକାରୀଙ୍କ ସମ୍ମିଳନୀ

Advertisment

ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ଠାରୁ ସିମଲାରେ ୮୨ତମ ପୀଠାସୀନ ଅଧିକାରୀଙ୍କ ସମ୍ମିଳନୀ

YouTube

ନୂଆଦିଲ୍ଲୀ : ଆଜିଠାରୁ ସିମଲାରେ ତିନି ଦିନିଆ ୮୨ତମ ସର୍ବଭାରତୀୟ ପୀଠାସୀନ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ ହେବ। ୧୯୨୧ରେ ପ୍ରଥମ ପୀଠାସୀନ ଅଧିକାରୀଙ୍କ ବୈଠକ ହୋଇଥିଲା। ଆଜିଠାରୁ ଆରମ୍ଭ ହେବାକୁ ଥିବା ସମ୍ମିଳନୀକୁ ୧୦୦ ବର୍ଷ ଛୁଇଁବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ବୋଲି ସୋମବାର ଦିନ ସଂସଦ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା।

ବାଚସ୍ପତି ଶ୍ରୀ ବିର୍ଲାଙ୍କ ସୂଚନା ହେଲା, ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆଗାମୀ ୧୦୦ ବର୍ଷର କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ। ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦମାନଙ୍କରେ କ୍ରିୟାନ୍ବୟନ ହେଉଥିବା ବହୁବିଧ ଯୋଜନା ଓ ଡିଜିଟାଲକରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ନୂଆ ‌ସୂଚନା ପ୍ରଯୁକ୍ତିରେ ଲୋକପ୍ରତିନିଧିମାନେ କିଭଳି ନିଜକୁ ସାମିଲ କରିପାରିବେ ଏବଂ ଶାସନରେ କିଭଳି ସେମାନଙ୍କ ସଂପୃକ୍ତି ଆହୁରି ମଜବୁତ୍‌ ହୋଇପାରିବ ସେ ନେଇ ସମ୍ମିଳନୀରେ ଚର୍ଚ୍ଚା ହେବ। ସମ୍ମିଳନୀରେ ଦଳ ବିରୋଧୀ ଆଇନ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଧାନସଭା ଓ ବିଧାନ ପରିଷଦର ବାଚସ୍ପତି ଏବଂ ଉପବାଚସ୍ପତି ଏଥିରେ ଯୋଗଦେବେ। ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ସମ୍ମିଳନୀରେ ଅଧ୍ୟକ୍ଷତା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe