ପେଗସସ୍‌ ବିବାଦ: ଆଗାମୀ ସପ୍ତାହରେ ତଦନ୍ତ ଆବେଦନ ସଂକ୍ରାନ୍ତରେ ଶୁଣାଣି ହୋଇପାରେ ବୋଲି କହିଲେ ପ୍ରଧାନ ବିଚାରପତି

ପେଗସସ୍‌ ବିବାଦ: ଆଗାମୀ ସପ୍ତାହରେ ତଦନ୍ତ ଆବେଦନ ସଂକ୍ରାନ୍ତରେ ଶୁଣାଣି ହୋଇପାରେ ବୋଲି କହିଲେ ପ୍ରଧାନ ବିଚାରପତି

Image Courtesy of India Today

ନୂଆଦିଲ୍ଲୀ: ବିରୋଧୀ ରାଜନେତା, ସାମ୍ବାଦିକ ଏବଂ ଅନ୍ୟମାନେ ସଂଶ୍ଳୀଷ୍ଟ ବୋଲି କୁହାଯାଉଥିବା ‘ଇଜ୍ରାଏଲୀୟ ସ୍ପାଇୱେର୍‌’ ‘ପେଗସସ୍’ ଦୁର୍ନୀତିର ସ୍ବତନ୍ତ୍ର ତଦନ୍ତ ଲାଗି ଆଗତ ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ହୋଇପାରେ ବୋଲି ଆଜି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମଣା କହିଛନ୍ତି।

ଉପରୋକ୍ତ ଅଭିଯୋଗର ସ୍ବତନ୍ତ୍ର ତଦନ୍ତ ନିମନ୍ତେ ଜଣେ ପୂର୍ବତନ ବିଚାପତିଙ୍କ ନେତୃତ୍ବରେ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ଗଠନ କରାଇବାକୁ ବରିଷ୍ଠ ସାମ୍ବାଦିକ ଏନ୍‌ ରାମ ଏବଂ ଶଶି କୁମାର ଅନୁରୋଧ କରିଛନ୍ତି। ସ୍ବାଧୀନତା ଏବଂ କଟକଣାଯୁକ୍ତ ସ୍ବାଧୀନତା ଉପରେ ଏହା ଗୋଟାଏ ବିରାଟ ସମସ୍ୟା ବୋଲି ଦର୍ଶାଇ ସେମାନଙ୍କ ଆବେଦନକୁ ଶୁଣାଣି ତାଲିକାଭୁକ୍ତ କରିବା ଲାଗି ଓକିଲ କପିଲ ସିବଲ୍‌ ଭାରତର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ସେ ପ୍ରଧାନ ବିଚାରପତିଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ, ସାମ୍ବାଦିକ, ବିରୋଧୀ ରାଜନେତା ଏବଂ ବିଚାରପତିମାନେ ମଧ୍ୟ ଟାର୍ଗେଟ୍‌ରେ ତାଲିକାଭୁକ୍ତ ଥିବାପରି ଜଣାପଡୁଛି।

publive-image Image Courtesy of The Guardian

ପ୍ରଧାନ ବିଚାରପତି ରମଣା କହିଲେ, ଆଗାମୀ ସପ୍ତାହ ପାଇଁ ଆମେ ଏହି ଆବେଦନକୁ ତାଲିକାଭୁକ୍ତ କରିବୁ, କିନ୍ତୁ କାର୍ଯ୍ୟଭାର ଉପରେ ସବୁକିଛି ନିର୍ଭର କରୁଛି।

କେବଳ ସରକାରଙ୍କୁ ବିକ୍ରୟ କରାଯାଉଥିବା ଇଜ୍ରାଏଲୀୟ କମ୍ପାନି ‘ଏନ୍‌ଏସ୍‌ଓ’ର ପେଗସସ୍ ସ୍ପାଇୱେର୍‌ ବ୍ୟବହାର କରି ଭ‌ାରତର ୧୪୨ରୁ ଅଧିକ ଲୋକଙ୍କୁ ଟାର୍ଗେଟ୍ କରାଯାଇଥିବା କଥା ଅଗ୍ରଣୀ ଗଣମାଧ୍ୟମମାନେ ରିପୋର୍ଟ କରିଛନ୍ତି। ଏହି ସର୍ଭିଲେନ୍‌ସ୍‌ରେ ସରବ୍ୟ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ରାହୁଲ୍‌ ଗାନ୍ଧୀଙ୍କ ପରି ବିରୋଧୀ ନେତା, ଦୁଇଜଣ କେନ୍ଦ୍ରମନ୍ତ୍ରୀ ଏବଂ ୪୦ଜଣ ସାମ୍ବାଦିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe