ପେଗାସସ୍‌ କେଳେଙ୍କାରୀ: ତଦନ୍ତକାରୀ କମିଟିକୁ ଅଧିକ ସମୟ ଦେଇ ଜୁନ୍‌ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

Advertisment
ପେଗାସସ୍‌ କେଳେଙ୍କାରୀ: ତଦନ୍ତକାରୀ କମିଟିକୁ ଅଧିକ ସମୟ ଦେଇ ଜୁନ୍‌ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ପେଗାସସ୍‌ କେଳେଙ୍କାରୀ ଘଟଣାର ତଦନ୍ତ କରୁଥିବା ‘ଜଷ୍ଟିସ୍‌ ରବୀନ୍ଦ୍ରନ୍‌ କମିଟି’କୁ ଆଜି ସୁପ୍ରିମ୍‌ କୋର୍ଟ ଅଧିକ ସମୟ ଦେଇଛନ୍ତି। ତଦନ୍ତ ରିପୋର୍ଟ ଦାଖଲ କରିବା ଲାଗି ଉକ୍ତ କମିଟି ଆଉ କିଛି ସମୟ ଚାହିଁଥିଲେ। ସୁପ୍ରିମ୍‌ କୋର୍ଟ ସେମାନଙ୍କ ଅନୁରୋଧ ରକ୍ଷା କରି ଜୁନ୍‌ ୨୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।

ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା କହିଲେ ଯେ, ‘ଡିଭାଇସ୍‌’ଗୁଡ଼ିକୁ ପରୀକ୍ଷା କରିବା ଲାଗି କମିଟି ତା’ର ନିଜସ୍ବ ସଫ୍ଟୱେର୍‌ ପ୍ରସ୍ତୁତ କରିଛି ଏବଂ ସରକାରୀ ଏଜେନ୍‌ସିମାନଙ୍କ ଠାରୁ ମଧ୍ୟ ମତ ଓ ମନ୍ତବ୍ୟ ପାଇଛନ୍ତି।

ଏଥିରେ ଗୋଟିଏ କଥା ହେଉଛି ଅନୁସନ୍ଧାନ ସମ୍ବନ୍ଧୀୟ। ତାହା ହେଉଛି ପେଗାସସ୍‌ ସଫ୍‌ଟ୍‌ୱେର୍‌ ବ୍ୟବହାର ପ୍ରତି ଡିଜିଟାଲ୍‌ ଫୋରେନ୍‌ସିକ୍‌ ଦିଗରୁ ତଦନ୍ତ କରିବା। ଦ୍ବିତୀୟ କଥାଟି ହେଉଛି ‘ସାଇବର୍‌ ସିକ୍ୟୁରିଟି’ ସମ୍ବନ୍ଧୀୟ ସୁପାରିସ। ତଦନ୍ତର ପ୍ରଥମାଂଶଟି ବୈଷୟିକ କମିଟିକୁ ଆସୁଥିବା ବେଳେ ଦ୍ବିତୀୟାଂଶଟି ବିଚାରପତିଙ୍କ ନେତୃତ୍ବାଧୀନ ୩ ସଦସ୍ୟବିଶିଷ୍ଟ କମିଟିକୁ ଆସୁଛି।

publive-image Image Courtesy of Indian Express

ପେଗାସସ୍‌ ମାମଲାର ତଦନ୍ତ କରୁଥିବା ବୈଷୟିକ କମିଟି କହୁଛି ଯେ, ପେଗାସସ୍‌ ପାଇଁ ବିକଶିତ ‌ଡିଭାଇସ୍‌ର ପରୀକ୍ଷା ନିମନ୍ତେ ‘ଏସ୍‌ଓପି’ ଚୂଡ଼ାନ୍ତ କରିବା ପ୍ରକ୍ରିୟା ଚାଲିଛି। ମେ ଶେଷ ସୁଦ୍ଧା ତାହା ‌ସମ୍ପନ୍ନ ହେବ।

ଏହି ମାମଲାର ଶୁଣାଣି କରୁଥିବା ପ୍ରଧାନବିଚାରପତି ଏନ୍‌.ଭି. ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାରପତି ରବୀନ୍ଦ୍ରନ୍‌ଙ୍କୁ ରିପୋର୍ଟ ଦେବା ଲାଗି ବୈଷୟିକ କମିଟିକୁ ସମୟ ଦେଇଛନ୍ତି।

ଜୁନ୍‌ ୨୮ ସୁଦ୍ଧା ଅଦାଲତରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ଲାଗି ଖଣ୍ଡପୀଠ ବିଚାରପତି ରବୀନ୍ଦ୍ରନ୍‌ଙ୍କୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe