ପେଗାସସ୍‌ କେଳେଙ୍କାରୀ, ସୁପ୍ରିମ୍‌ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଆବେଦନ

Advertisment
ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ବାକ୍ ସ୍ବାଧୀନତା ନୁହେଁ

Image Courtesy of India Today

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟଙ୍କ ତତ୍ତ୍ବାବଧାନରେ ପେଗାସସ୍‌ ସ୍ପାଏୱେର୍‌ ଗୁଇନ୍ଦାଗିରିର ତଦନ୍ତ କରାଯିବା ପାଇଁ ଆଜି ସୁପ୍ରିମ୍‌ କୋର୍ଟରେ ଜଣେ ଆଇନଜୀବୀ ଆବେଦନ କରିଛନ୍ତି। ପେଗାସସ୍‌ ମାଧ୍ୟମରେ ଫୋନ୍‌ ହ୍ୟାକିଂ ଭାରତୀୟ ଗଣତନ୍ତ୍ର ଉପରେ ଉପରେ ଏକ ବଡ଼ ଆକ୍ରମଣ ବୋଲି ଆବେଦନକାରୀ ମନୋହର ଲାଲ୍‌ ଶର୍ମା ଦର୍ଶାଇଛନ୍ତି। ଦେଶର ଅନେକ ବିରୋଧୀ ଦଳ ନେତା, ସାମାଜିକ କାର୍ଯ୍ୟକର୍ତ୍ତା, ବିଚାରପତି ଏବଂ ସାମ୍ବାଦିକମାନଙ୍କ ଫୋନ୍‌ ହ୍ୟାକିଂ ହୋଇଥିବାରୁ ଏସ୍‌ଆଇଟି ଗଠନ କରି କୋର୍ଟ ତତ୍ତ୍ବାବଧାନରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ହିଁ ସତ୍ୟ ସାମ୍ନାକୁ ଆସିବ ବୋଲି ଆବେଦନକାରୀ କହିଛନ୍ତି।

ଏହି ଆବେଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିବିଆଇକୁ ପକ୍ଷ କରାଯାଇଛି। ଶର୍ମା କହିଛନ୍ତି ଯେ ପେଗାସସ୍‌ ମାମଲାରେ ଏଫ୍‌ଆଇଆର୍‌ ଦାଖଲ ପାଇଁ ପୂର୍ବରୁ ସେ ସିବିଆଇକୁ ନିବେଦନ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନାହିଁ। ସୂଚନାଯୋଗ୍ୟ, ବିଭିନ୍ନ ଚର୍ଚ୍ଚିତ ମାମଲାରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବା କ୍ଷେତ୍ରରେ ଆଇନଜୀବୀ ଶର୍ମା ବେଶ୍‌ ଜଣାଶୁଣା। ଅନେକ ସମୟରେ ତାଙ୍କର ‘ଅଯୌକ୍ତିକ ଏବଂ ଉଦ୍ଦେଶ୍ୟମୂଳକ’ ଆବେଦନ ପାଇଁ କୋର୍ଟ ତାଙ୍କୁ ଭର୍ତ୍ସନା କରିବା ସହ ଜୋରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି। ଶର୍ମାଙ୍କ ଅନେକ ଆବେଦନ ଶୁଣାଣିର ମାତ୍ର କିଛି ମିନିଟ୍‌ ମଧ୍ୟରେ ଖାରଜ ହୋଇଯିବା ନଜିର ମଧ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe