Image Courtesy of The Financial Express
ନୂଆଦିଲ୍ଲୀ, : ହାଇକୋର୍ଟମାନଙ୍କରେ କ୍ରିମିନାଲ୍ ଅପିଲଗୁଡ଼ିକର ପେଣ୍ଡିଂ ମାମଲାକୁ ନେଇ ସୁପ୍ରିମକୋର୍ଟ ଘୋର ଚିନ୍ତା ବ୍ୟକ୍ତକରିଛନ୍ତି। ଏ ବାବଦରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଂଜାବ ଓ ହରିୟାଣା, ପାଟନା ଓ ବମ୍ବେ ହାଇକୋର୍ଟକୁ ସମସ୍ୟାର ସମାଧନ ସର୍ବୋଚ୍ଚ ଅଦାଲତ କାର୍ଯ୍ୟଯୋଜନା ମାଗିଛନ୍ତି।
ସୁପ୍ରିମକୋର୍ଟଙ୍କ ୨୦୨୦ ନିର୍ଦ୍ଦେଶ ଅନୁସାରେ ମାମଲାର ସମାଧାନ ପାଇଁ ୮ ଟି ପ୍ରସଙ୍ଗ ଆଧାରରେ କାର୍ଯ୍ୟଯୋଜନା ଦାଖଲ କରିବାପାଇଁ କୁହାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ୍ ନାଗେଶ୍ବର ରାଓ ଓ ବିଚାରପତି ଜଷ୍ଟିସ ବିଆର୍ ଗଭାଇଙ୍କ ଖଣ୍ଡପୀଠରେ ଆଜି ଶୁଣାଣି ଅବସରରେ ଆଲାହାବାଦ ହାଇକୋର୍ଟରେ ୪୦ ବର୍ଷରୁ ଅଧିକ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ୨୦ ରୁ ୩୦ ବର୍ଷ ମଧ୍ୟରେ ବହୁ ମାମଲା ବିଚାରାଧୀନ ଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା। କ୍ରିମିନାଲ୍ ଅପିଲ ପେଣ୍ଡିଂ ଭଳି ବଡ଼ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ସଲିସିଟର୍ ଜେନେରାଲ ତୁଷାର ମେହେଟା ଓ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜଙ୍କ ମତାମତ ମଧ୍ୟ ଲୋଡ଼ିଛନ୍ତି।
Follow Us