ତଦନ୍ତ ପାଇଁ ଯାଇ ଗୁଳି ଖାଇଲା ପୋଲିସ: ସନ୍ଦିଗ୍ଧର ଗୁଳିମାଡ଼ରେ ୩ ପୋଲିସ ମୃତ, ୨ ଆହତ

New Project (10)

ଓ୍ଵାସିଂଟନ ଡିସି: ଆମେରିକାରେ ଫୁଟିଲା ଗୁଳି। ଦୁର୍ବୃତ୍ତର ଗୁଳିମାଡ଼ରେ ଟଳି ପଡିଲେ ୩ ପୋଲିସ ଅଧିକାରୀ । ଆମେରିକା ପେନସିଲଭାନିଆରେ ଭୟଙ୍କର କୁଳିକାଣ୍ଡ । ଦୁର୍ବୃତ୍ତର ଗୁଳିମାଡରେ ୩ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ପୋଲିସଙ୍କ ଦେହରେ ବାଜିଛି ଗୁଳି । ସେମାନେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

New Project (11)

ତେବେ ଏକ ଘରୋଇ ହିଂସା ମାମଲାର ତଦନ୍ତ ପାଇଁ ପୋଲିସ ଯାଇଥିବା ବେଳେ ଦୁର୍ବୃତ୍ତ ପୋଲିସ ଉପରକୁ ଅନ୍ଧାଧୁନ ଗୁଳିମାଡ କରିଥିଲା । ଦୁର୍ବୃତ୍ତର ଗୁଳିରେ ୩ ପୋଲିସ ପ୍ରାଣ ହରାଇଥିବା ବେଳେ ପୋଲିସର ପାଲଟା ଗୁଳିମାଡରେ ସନ୍ଦିଗ୍ଧ ଆକ୍ରମଣକାରୀ ବି ନିହତ ହୋଇଥିବା ସୂଚନା ରହିଛି । 

ଆମେରିକୀୟ ସମୟ ପ୍ରାୟ ଦ୍ବିପହର ୨ଟା ବେଳେ ଏହି ଘଟଣା ଦକ୍ଷିଣ ପେନସିଲଭାନିଆରେ ଘଟିଥିବା ବେଳେ ଗୁଳିକାଣ୍ଡ ପରେ ଆହତ ୨ ପୋଲିସ ଅଧିକାରୀଙ୍କୁ ଏକ ମେଡିକାଲ ହେଲିକପ୍ଟର ଯୋଗେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଏବେ ୨ ପୋଲିସ ଅଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe