Image Courtesy of India Today
ହାଇଦ୍ରାବାଦ: ତେଲେଙ୍ଗାନାର ୱାନାପର୍ତି ଜିଲ୍ଲା ଅନ୍ତର୍ଗତ ଗୋଟାଏ ଛୋଟ ଗାଁରେ ୧୦୨ଜଣଙ୍କୁ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ କରାଇ ପେନ୍ସନ୍ ବାଣ୍ଟିବାକୁ ଆସିଥିବା ଜଣେ ପୋଷ୍ଟ୍ମ୍ୟାନ୍ ସୁପରସ୍ପେଡର୍ ଆଖ୍ୟା ପାଇଛନ୍ତି।
ତାଙ୍କରି କାରଣରୁ ୱାନାପତି ଜିଲ୍ଲାରେ କୋଭିଡ୍-୧୯ ବିସ୍ଫୋରଣ ଘଟିଛି। ଜିଲ୍ଲାର ଚିନ୍ନଭବାୱି ଜୋନ୍ରେ ୧୦ ଦିନ ମଧ୍ୟରେ ୧୦୨ଟି କରୋନାଭାଇରସ୍ ପଜିଟିଭ୍ ମାମଲା ପଞ୍ଜିକୃତ କରାଯାଇଛି।
ପ୍ରାୟ ୧୦ ଦିନ ତଳେ ଜିଲ୍ଲା ମୁଖ୍ୟାଳୟରୁ ଜଣେ ପୋଷ୍ଟ୍ମ୍ୟାନ୍ ଗ୍ରାମବାସୀଙ୍କୁ ପେନ୍ସନ୍ ବାଣ୍ଟିବାକୁ ଆସିଥିଲେ। ତାଙ୍କରି ଠାରୁ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥିଲା। ପ୍ରଥମେ ସଂକ୍ରମିତ ହୋଇଥିଲେ ପେନ୍ସନ୍ ପାଇଥିବା ହିତାଧିକାରୀମାନେ। ତା’ପରେ ସଂକ୍ରମିତ ହୋଇଥିଲେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବାକି ଲୋକେ।
/sambad/media/post_attachments/wp-content/uploads/2020/08/cov-1.jpg) Image Courtesy of The Times of India
 Image Courtesy of The Times of Indiaଏ କଥା ଜାଣିବା ପରେ ଗ୍ରାମବାସୀ ଆପଣାଛାଏଁ ଲକ୍ଡାଉନ୍ ଘୋଷଣା କରି ରହିଛନ୍ତି। ସମ୍ପୃକ୍ତ ଜିଲ୍ଲାରେ ବିଶାଳ ନମୁନା ପରୀକ୍ଷା ଏବଂ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍ ଅଭିଯାନ ଆରମ୍ଭ ହୋଇଛି।
ବୁଧବାର ସୁଦ୍ଧା ୱାନାପର୍ତିରେ ୨୧ଟି କଣ୍ଟେନ୍ମେଣ୍ଟ୍ ଜୋନ୍ ଥିବା ବେଳେ ଗତ ସପ୍ତାହକ ମଧ୍ୟରେ ୩୩୭ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/08/telangana-spreader.jpeg)