Image Courtesy of Yahoo News
ୱାସିଂଟନ୍: ୟୁକ୍ରେନ୍ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ କ୍ରୂରତା କଥା କହିବା ବେଳେ ଶୁକ୍ରବାର ଦିନ ପେଣ୍ଟାଗନ୍ର ମୁଖପାତ୍ର ଜନ୍ କିର୍ବି ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସେ ପଚାରିଥିଲେ, ତାଙ୍କ ପରି ଜଣେ ନୈତିକତାବାଦୀ ବ୍ୟକ୍ତି କିଭଳି ଡାକ୍ତରଖାନା ଉପରେ କରାଯାଉଥିବା ବୋମା ବିସ୍ଫୋରଣକୁ ସମର୍ଥନ କରୁଛନ୍ତି ଏବଂ କେତେ ନିରୀହ ଜନତା ମଲେ ତା’ର ସମୀକ୍ଷା କରୁଛନ୍ତି?
ଫେବ୍ରୁଆରି ୨୪ରେ ୟୁକ୍ରେନ୍ ଆକ୍ରମଣ ଆରମ୍ଭ ହେବାଠାରୁ ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ପୂର୍ବତନ ଆଡ୍ମିରାଲ୍ ଜନ୍ କିର୍ବି ସପ୍ତାହକୁ ୫ ଦିନ କ୍ୟାମେରା ସମ୍ମୁଖରେ ସାମ୍ବାଦିକମାନଙ୍କୁ ଯୁଦ୍ଧ ସମାଚାର ଦେଉଛନ୍ତି। ୟୁକ୍ରେନ୍ରେ ଚାଲିଥିବା ବର୍ବରକାଣ୍ଡ ବିଷୟରେ ଶୁକ୍ରବାର ଦିନ କହିବା ବେଳେ ସେ କ୍ଷଣିକ ପାଇଁ ଆତ୍ମ-ନିୟନ୍ତ୍ରଣ ହରାଇ କାନ୍ଦି ପକାଇଥିଲେ।
Image Courtesy of The Straits Newsରହି ରହି କିର୍ବି କୋହଭରା କଣ୍ଠରେ କହିଲେ, ୟୁକ୍ରେନ୍ରେ ସେ (ପୁଟିନ୍) ଯାହା କରୁଛନ୍ତି ତାହା ଅକଳ୍ପନୀୟ, ୟୁକ୍ରେନ୍ରେ ତାଙ୍କର ସୈନିକମାନେ ଯାହା କରୁଛନ୍ତି ଜଣେ ନୈତିକ ଓ ସଚ୍ଚୋଟ ନୀତି ସମ୍ପନ୍ନ ବ୍ୟକ୍ତି ହିଁ ବିଚାର କରିପାରିବ।
ମୁଁ ତାଙ୍କର (ପୁଟିନ୍) ମନସ୍ତତ୍ତ୍ବ ବିଷୟରେ କହିପାରିବି ନାହିଁ। କିନ୍ତୁ ମୋର ମନେହୁଏ ଆମେ ସମସ୍ତେ ତାଙ୍କର କ୍ରୂରତା ବିଷୟରେ କହିପାରିବା ବୋଲି ସେ ଗୁରୁତ୍ବାରୋପ କରି କହିଥିଲେ। ୟୁକ୍ରେନ୍ରେ ଚାଲିଥିବା ନରସଂହାର ସଂକ୍ରାନ୍ତ ଯେଭଳି ଚିତ୍ର ଆସୁଛି ଜଣେ ଉତ୍ତମ, ପ୍ରତିବଦ୍ଧ ଏବଂ ପରିପକ୍ବ ନେତା ଯେ, ଏଭଳି କାଣ୍ଡ କରିପାରନ୍ତି, ତାହା କଳ୍ପନା କରି ହେଉନାହିଁ।
ପର ମୁହୂର୍ତ୍ତରେ କିର୍ବି ନିଜକୁ ସମ୍ଭାଳି ନେଇ ଭାବବିହ୍ବଳ ହୋଇପଡ଼ିଥିବାରୁ କ୍ଷମା ଚାହିଁଥିଲେ।
Follow Us