ଗୁଜରାଟ ସରକାରଙ୍କ ଢିଲା ନୀତି ପାଇଁ ଲୋକ ମରୁଥିବେ: ସୁପ୍ରିମ୍‌ କୋର୍ଟ

Advertisment

କୋଭିଡ୍‌ ଡାକ୍ତରଖାନାରେ ଅଗ୍ନିନିରାପତ୍ତା ବ୍ୟବସ୍ଥା

କୋଭିଡ୍‌ ଡାକ୍ତରଖାନାରେ ଅଗ୍ନିନିରାପତ୍ତା ବ୍ୟବସ୍ଥା

ଛାଡ଼ପତ୍ର ପାଇଁ ସହମତ ଦମ୍ପତିଙ୍କ ଲାଗି ୬ ମାସ ବାଧ୍ୟତାମୂଳକ ପ୍ରତୀକ୍ଷା ସର୍ତ୍ତ ଅନାବଶ୍ୟକ

Image Courtesy of India Today

ନୂଆଦିଲ୍ଲୀ: ଏକାଧିକ ଅଗ୍ନିକାଣ୍ଡରେ ଅନେକ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ କୋଭିଡ୍‌ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ନିୟମ ପାଳନ ନେଇ ଉଦାସୀନ ରହିବା ଓ କୋର୍ଟ ଆଦେଶ ପାଳନ ନ କରିବା ନେଇ ଗୁଜୁରାଟ ସରକାରଙ୍କ ବିରୋଧରେ ଆଜି ସୁପ୍ରିମ୍‌କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ। ବିଚାରପତିମାନେ କହିଛନ୍ତି ଯେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଡାକ୍ତରଖାନାଗୁଡ଼ିକୁ ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ସରକାର ଅଧିକ ସମୟ ଦେବା ଓ କୋର୍ଟ ନିର୍ଦ୍ଦେଶ ପାଳନ ନ କରିବା ଦୁର୍ଭାଗ୍ୟଜନକ। ଏହାଦ୍ବାରା ରାଜ୍ୟ ସରକାର ଅବୈଧତାକୁ ସୁରକ୍ଷା ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, କୋର୍ଟ କୌଣସି ନିର୍ଦ୍ଦେଶ ଦେଲେ ତାକୁ ବଦଳାଯାଇପାରିବ ନାହିଁ। ୨୦୨୨ ପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ଉପରେ ଗୁରୁତ୍ବ ନ ଦେବାକୁ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି, ତାହାଦ୍ବାରା ଆହୁରି ଲୋକ ମରିବେ। ନାସିକ୍ (ମହାରାଷ୍ଟ୍ର)ରେ ଜଣେ ବ୍ୟକ୍ତି ସୁସ୍ଥ ହୋଇଯାଇଥିଲେ। ପରଦିନ ସେ ଘରକୁ ଯାଇଥାନ୍ତେ। ଦୁଇଜଣ ନର୍ସ ୱାଶ୍‌ରୁମ୍‌କୁ ଯାଇଥିଲେ। ସମସ୍ତେ ଜୀବନ୍ତ ଦଗ୍ଧ ହୋଇଗଲେ। ସେ ଆହୁରି ମଧ୍ୟ କହିଛନ୍ତି, ଏଗୁଡିକ ଆମ ଆଖି ଆଗରେ ଘଟିଥିବା ମାନବକୃତ ଦୁଃଖଦ ଘଟଣା। ହସ୍ପିଟାଲଗୁଡିକ ବୃହତ୍‌ ରିଅଲ୍ ଇଷ୍ଟେଟ୍ ଶିଳ୍ପରେ ପରିଣତ ହୋଇଛି ଏବଂ ମଣିଷଙ୍କୁ ଦୁଃଖକଷ୍ଟ ଓ ମାନସିକ ଚାପ ଦେଇ ସେମାନେ ବଞ୍ଚିଛନ୍ତି। ଛୋଟ ଚାରି କୋଠରିରେ ଥିବା ଡାକ୍ତରଖାନାଗୁଡ଼ିକୁ ବନ୍ଦ କରିବାକୁ ହେବ। ଏକ ସତ୍ୟପାଠ ମାଧ୍ୟମରେ ରାଜ୍ୟ ସରକାର ନିଜ ବିଜ୍ଞପ୍ତି ସମ୍ବନ୍ଧରେ ବ୍ୟାଖ୍ୟା କରିବା ଏବଂ ଡିସେମ୍ବର ୨୦୨୦ର କୋର୍ଟ ନିର୍ଦ୍ଦେଶ ଅନୁଯାୟୀ କରାଯାଇଥିବା ଅଗ୍ନି ନିରାପତ୍ତା ଅଡିଟ୍ ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ବିଚାରପତିମାନେ ରାଜ୍ୟ ସରକାରଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe