Sibal's controversial remarks Photograph: (sambad.in)
ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ମଧ୍ୟରେ, ବରିଷ୍ଠ ଆଇନଜୀବୀ ଏବଂ ରାଜ୍ୟସଭା ସାଂସଦ କପିଲ ସିବଲ କହିଛନ୍ତି ଯେ, ଏହି ରାଜନୈତିକ ମେଣ୍ଟ ପାଇଁ ଏକ ଆନୁଷ୍ଠାନିକ ଗଠନ ଆବଶ୍ୟକ। ଏହି ସମୟରେ, ନିର୍ବାଚନ କମିସନ ଉପରେ ପ୍ରଶ୍ନ ଉଠାଇ କପିଲ ସିବଲ ଦିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହା ଏକ 'ନିଷ୍କ୍ରିୟ', 'ବିଫଳ ସଂସ୍ଥା' ଏବଂ ଲୋକଙ୍କର ଏକ ବଡ଼ ଅଂଶ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି। ନିର୍ବାଚନ କମିସନଙ୍କ ପ୍ରତି ଅନାସ୍ଥାର ପ୍ରସଙ୍ଗ ଯେତେ ଶୀଘ୍ର ସମାଧାନ ହେବ, ଗଣତନ୍ତ୍ର ବଞ୍ଚି ରହିବାର ସମ୍ଭାବନା ସେତେ ଅଧିକ ହେବ।
କପିଲ ସିବଲ କହିଛନ୍ତି ଯେ, ବିରୋଧୀ ମେଣ୍ଟ ଇଣ୍ଡିଆରେ ସାମିଲ ଦଳଗୁଡ଼ିକର ଭବିଷ୍ୟତ ପାଇଁ ଏକ ମିଳିତ ନୀତି, ଆଦର୍ଶଗତ ଢାଞ୍ଚା ଏବଂ କାର୍ଯ୍ୟକ୍ରମର ଆବଶ୍ୟକତା ଅଛି। ଭାରତ 'ବିଚ୍ଛିନ୍ନ' ନୁହେଁ, ବରଂ 'ଏକତ୍ରିତ' ଦେଖାଯିବା ଉଚିତ୍।
ସିବଲ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ପ୍ରତି ଅନାସ୍ଥା ପ୍ରସଙ୍ଗ ଯେତେ ଶୀଘ୍ର ସମାଧାନ ହେବ, ଗଣତନ୍ତ୍ର ରକ୍ଷା ହେବାର ସମ୍ଭାବନା ସେତେ ବଢ଼ିବ। କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ବିଷୟରେ ପଚରାଯିବାରୁ ସେ କହିଥିଲେ, ନିର୍ବାଚନ କମିସନ ଏକ ନିଷ୍କ୍ରିୟ ସଂସ୍ଥା।' ସମ୍ବିଧାନ ଅନୁଯାୟୀ ନିର୍ବାଚନ କମିସନଙ୍କଠାରୁ ଆଶା କରାଯାଉଥିବା ଦାୟିତ୍ୱ ଅନୁଯାୟୀ ନିର୍ବାଚନ କମିସନ ତାଙ୍କର କର୍ତ୍ତବ୍ୟ ପାଳନ କରିନାହାନ୍ତି।
ନିର୍ବାଚନ କମିସନ ଆଜି ଏକ 'ବିଫଳ ସଂସ୍ଥା' ଏବଂ ଏହି ଦେଶର ଏକ ବଡ଼ ବର୍ଗର ଲୋକଙ୍କର ଏହା ଉପରେ କୌଣସି ଭରସା ନାହିଁ। ତେଣୁ, ଆମେ ଯେତେ ଶୀଘ୍ର ଏହି ସମସ୍ୟାର ସମାଧାନ କରିବୁ, ଗଣତନ୍ତ୍ର ବଞ୍ଚିବାର ସମ୍ଭାବନା ସେତେ ଅଧିକ ହେବ।' ସେ କହିଛନ୍ତି, ବିରୋଧୀ ଦଳକୁ ବାର୍ତ୍ତା ହେଉଛି ଯେ, ଇଭିଏମ୍ ବ୍ୟତୀତ, କିଛି ଗମ୍ଭୀର ସମସ୍ୟା ଅଛି ଯାହା ପ୍ରକୃତରେ ଦର୍ଶାଉଛି ଯେ, ନିର୍ବାଚନ ପ୍ରକ୍ରିୟାରେ ଦୁର୍ନୀତି ଅଛି।
ସିବଲ ଦାବି କରିଛନ୍ତି, ଯେଉଁ ଫଳାଫଳ ଆସିଛି ତାହା ଅନେକ ସ୍ତରରେ ହେରଫେରର ଫଳାଫଳ ହୋଇପାରେ। ପୂର୍ବତନ କଂଗ୍ରେସ ନେତା କହିଥିଲେ, ଆମକୁ ଏହି ସମସ୍ୟାର ସମାଧାନ ଏକାଠି କରିବାକୁ ପଡିବ। କଂଗ୍ରେସ ଏବଂ 'ଇଣ୍ଡିଆ' (ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ) ମେଣ୍ଟର ଅନ୍ୟାନ୍ୟ ଦଳଗୁଡ଼ିକ ଭୋଟ୍ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଆସୁଛନ୍ତି।
ଅଧିକ ପଢ଼ନ୍ତୁ: ସୁଶାନ୍ତ ସିଂହ ରାଜପୁତ ମାମଲାରେ, ଉଦ୍ଧବ ଠାକରେ ପ୍ରମାଣ ନଷ୍ଟ କରିଛନ୍ତି: ବିଜେପି ବିଧାୟକ ରାମ କଦମଙ୍କ ଅଭିଯୋଗ
ନିର୍ବାଚନ କମିସନ ଶନିବାର କହିଥିଲେ ଯେ, ୪,୦୦୦ ରୁ ଅଧିକ ନିର୍ବାଚନ ଅଧିକାରୀ ସେମାନଙ୍କ ବିଧାନସଭା କ୍ଷେତ୍ରରେ ପଡ଼ି ରହିଥିବା ବୁଥ୍ ସ୍ତରୀୟ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ କରୁଛନ୍ତି। ଅଭିଯୋଗଗୁଡ଼ିକର ସମାଧାନ ପାଇଁ କମିସନ ରାଜ୍ୟଗୁଡ଼ିକର ରାଜନୈତିକ ଦଳଗୁଡ଼ିକ ସହିତ ବହୁସ୍ତରୀୟ ଆଲୋଚନା କରିବାକୁ ସମ୍ପ୍ରତି ନିଷ୍ପତ୍ତି ନେଇଥିଲେ, ଯାହାର ଫଳସ୍ୱରୂପ ଏହି ବୈଠକଗୁଡ଼ିକ ଅନୁଷ୍ଠିତ ହେଉଛି।
ସର୍ବୋଚ୍ଚ ନିର୍ବାଚନ ସଂସ୍ଥା ଏବେ ଭୋଟର ପରିଚୟପତ୍ରକୁ ଆଧାର ସହିତ ସଂଯୋଗ କରିବା ଏବଂ ଭୋଟର ତାଲିକାକୁ ଅଦ୍ୟତନ କରିବା ପାଇଁ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ କର୍ତ୍ତୃପକ୍ଷଙ୍କୁ ସାମିଲ କରିବାର ସମ୍ଭାବନା ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେଇଛି।
ଅଧିକ ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲାର କ୍ଷତିଗ୍ରସ୍ତମାନଙ୍କୁ ସନ୍ଧ୍ୟା ସୁଦ୍ଧା ମିଳିବ ସହାୟତା ରାଶି: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
Kapil Sibal Election Commission
Follow Us