ଡେଙ୍ଗୁ ଆତଙ୍କ ପାଇଁ ଲୋକେ ଗାଁ ଛାଡ଼ିଲେ: ୧୫ ଦିନ ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ

Advertisment
ରାଜଧାନୀରେ ଡେଙ୍ଗୁ ସାଂଘାତିକ, ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍‌

The Statesman

କାନପୁର: ଉତ୍ତରପ୍ରଦେଶର କାନପୁର ନିକଟସ୍ଥ କୁର୍ସାଉଲି ଗ୍ରାମରେ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୩ ଜଣ ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗ୍ରାମର ୩୦ରୁ ଅଧିକ ଡେଙ୍ଗୁ‌ ରୋଗୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଅନେକଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି । ଡେଙ୍ଗୁର ପ୍ରକୋପ କମୁନଥିବାରୁ ଲୋକେ ଭୟରେ ଗ୍ରାମ ଛାଡି ପଳାଉଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟମାନେ ଡେଙ୍ଗୁ କାରଣରୁ ଏହି ମୃତ୍ୟୁ ଘଟିଥିବା ଦାବି କରିଥିଲେ ମଧ୍ୟ କେତେକ ମୃତ୍ୟୁକୁ ଡେଙ୍ଗୁ ବୋଲି ପ୍ରଶାସନ ଗ୍ରହଣ କରିନାହିଁ। ଗ୍ରାମବାସୀଙ୍କ କହିବାନୁସାରେ, ମୃତକମାନେ ଜ୍ୱରରେ ପୀଡ଼ିତ ହୋଇ ଡେଙ୍ଗୁ ପାଇଁ ଚିକିତ୍ସିତ ହେଉଥିଲେ।

ଗ୍ରାମ ମୁଖିଆ ଅମିତ ସିଂହ କହିଛନ୍ତି ଯେ ଗାଁରେ ସଫେଇ ଅଭିଯାନ କରାଯାଇଛି, କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ। ଜିଲ୍ଲାପାଳ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଗ୍ରାମ ପରିଦର୍ଶନ କରି ଡେଙ୍ଗୁ ସମେତ ମୃତ୍ୟୁର ଅନ୍ୟ କାରଣ ରହିଛି ବୋଲି ମଧ୍ୟ କହିଛନ୍ତି। ତେବେ ଗ୍ରାମର ଜଣେ ଫାର୍ମାସିଷ୍ଟଙ୍କ କହିବା ଅନୁସାରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ବେସରକାରୀ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷଣ କରାଇଥିଲେ ଏବଂ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ଗାଁର ପ୍ରତ୍ୟେକ ଘରେ ଡେଙ୍ଗୁ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳା ପାଇଁ ଫିରୋଜାବାଦରେ ପ୍ରଶାସନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟର ୧୧ଟି ଜିଲ୍ଲାରେ ଏବେ ଡେଙ୍ଗୁ ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଏବେ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe