Image Courtesy of India Today
ଲକ୍ଷ୍ନୌ: ଲକ୍ଷ୍ନୌରେ ତା’ର ୮୨ ବର୍ଷୀୟ ମାଲିକାଣୀଙ୍କୁ କାମୁଡ଼ି ମାରିଥିବା ‘ପିଟ୍ବୁଲ୍’ ପ୍ରଜାତିର କୁକୁରଟି ପୋଷ୍ୟ କରିନେବା ଲାଗି ଅଧ ଡଜନ୍ ‘ଏନ୍ଜିଓ’ ଏବଂ ‘ଏନ୍ଜିଓ’ ଭଳି ସଂଗଠନ ସବୁ ଆଗଭର ହେଉଛନ୍ତି। କେବଳ ସେତିକି ନୁହେଁ, ଉକ୍ତ କୁକୁରଟିକୁ ନେଇ ପାଳିବା ପାଇଁ ଅଧ ଡଜନ ସାଧାରଣ ଲୋକ ମଧ୍ୟ ମହାନଗର ନିଗମ ସହିତ ଯୋଗାଯୋଗ କରିଛନ୍ତି।
ସ୍ମରଣଯୋଗ୍ୟ, ନିହତ ବୃଦ୍ଧାଜଣକ ଥିଲେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଲକ୍ଷ୍ନୌର କାଇଜର୍ବାଗ୍ ଅଞ୍ଚଳରେ ସେ ‘ଜିମ୍ ଟ୍ରେନର୍’ ଭାବେ କାର୍ଯ୍ୟକରୁଥିବା ତାଙ୍କ ପୁଅ ଏବଂ ତା’ର ଦୁଇଟି ପୋଷା କୁକୁରଙ୍କ ସହିତ ରହୁଥିଲେ। କୁକୁର ଦୁଇଟିରୁ ଗୋଟିଏ ଥିଲା ‘ପିଟ୍ବୁଲ୍’ ଏବଂ ଅନ୍ୟଟି ଥିଲା ‘ଲାବ୍ରାଡର୍’ ପ୍ରଜାତିର। ମହିଳାଙ୍କୁ ଆକ୍ରମଣ କରିଥିବା କୁକୁରଟିର ନାଁ ହେଉଛି ‘ବ୍ରାଉନି’। ସେ ୩ ବର୍ଷ ହେବ ତାଙ୍କ ଘରେ ରହୁଥିଲା।
Image Courtesy of Zee Businessଅଘଟଣ ପରେ ଲକ୍ଷ୍ନୌ ମହାନଗର ନିଗମ ‘ବ୍ରାଉନି’କୁ ନଗର ନିଗମ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରକୁ ନେଇଯାଇଥିଲା। ସେଠାରେ ତା’ର ମତିଗତି ଲକ୍ଷ୍ୟ କରିବା ଲାଗି ୪ଜଣିଆ ପାନେଲ୍ ନିଯୁକ୍ତ ହୋଇଥିଲେ।
ଏବେ ‘ବ୍ରାଉନି’କୁ ନେଇ ପାଳିବା ପାଇଁ ଅନେକ ବାଙ୍ଗାଲୋର୍, ଦିଲ୍ଲୀ, ଲକ୍ଷ୍ନୌ ଏବଂ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଥିବା ‘ଏନ୍ଜିଓ’ ଏବଂ ସାଧାରଣ ଜନତା ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ, ଉକ୍ତ କୁକୁରଟିକୁ ତା’ର ଖାଉନ୍ଦ ଅମିତଙ୍କୁ ଫେରାଇ ଦେବାକୁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ମେନକା ଗାନ୍ଧୀ କହିଛନ୍ତି ବୋଲି ମହାନଗର ନିଗମର ପ୍ରାଣୀ ମଙ୍ଗଳର ଯୁଗ୍ମ ନିର୍ଦେଶକ ଡାକ୍ତର ଅରବିନ୍ଦ ରାଓ କହିଛନ୍ତି।
Follow Us