ଜମ୍ମୁ ଓ କଶ୍ମୀରର ଲୋକେ ଇଣ୍ଟର୍‌ନେଟ୍‌ରେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖୁଥିଲେ: ନିତି ଆୟୋଗ ସଦସ୍ୟ ଭି. କେ. ସାରସ୍ୱତ

ଜମ୍ମୁ ଓ କଶ୍ମୀରର ଲୋକେ ଇଣ୍ଟର୍‌ନେଟ୍‌ରେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖୁଥିଲେ: ନିତି ଆୟୋଗ ସଦସ୍ୟ ଭି. କେ. ସାରସ୍ୱତ

Image Source: Zee News

ଗାନ୍ଧୀନଗର: ଜମ୍ମୁ ଓ କଶ୍ମୀରରେ ଇଣ୍ଟର୍‌ନେଟ୍‌ ସେବା ନିଷେଧ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି ଶନିବାର ଦିନ ‘ନିତି ଆୟୋଗ’ର ସଦସ୍ୟ ଭି. କେ. ସାରସ୍ୱତ କହିଛନ୍ତି। ଏକ ବିବାଦୀୟ ମନ୍ତବ୍ୟରେ ସେ କହିଛନ୍ତି: ଇଣ୍ଟର୍‌ନେଟ୍‌ ଜରିଆରେ ଜମ୍ମୁ ଓ କଶ୍ମୀରର ଲୋକେ ‘ଅଶ୍ଳୀଳ ଚଳଚ୍ଚିତ୍ର’ ଦେଖୁଥିଲେ। ଏକଥା କହିବା ପରେ ତୁରନ୍ତ ଏକ ସ୍ପଷ୍ଟୀକରଣ ଦେଇ ସେ ପୁଣି କହିଲେ ଯେ ଇଣ୍ଟର୍‌ନେଟ୍‌ ବନ୍ଦ ରହିବା ଦ୍ୱାରା କଶ୍ମୀରର ଅର୍ଥନୀତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ।

‘ଧୀରୁଭାଇ ଅମ୍ବାନୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍‌ମେସନ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ଟେକ୍ନୋଲଜି’ର ଦୀକ୍ଷାନ୍ତ ସମାରୋହ ବାହାରେ ସାରସ୍ୱତ କହିଲେ, ଯେତେକ ରାଜନେତା ସେଠାକୁ (କଶ୍ମୀର) ଯିବାକୁ ଚାହୁଁଛନ୍ତି, ସେମାନେ କ’ଣ ପାଇଁ ଯିବାକୁ ଚାହୁଁଛନ୍ତି? ଦିଲ୍ଲୀର ରାଜରାସ୍ତାରେ ସେମାନେ ଯେମିତି ଆନ୍ଦୋଳନ ଚଳାଇଛନ୍ତି, କଶ୍ମୀରର ରାଜରାସ୍ତାରେ ସେମିତି କରିବାକୁ ଚାହାଁନ୍ତି। ସାମାଜିକ ଗଣମାଧ୍ୟମକୁ ସେମାନେ ନିଆଁ ଭଳି ବ୍ୟବହାର କରୁଛନ୍ତି। ଆପଣମାନଙ୍କୁ ଇଣ୍ଟର୍‌ନେଟ୍‌ ନ ମିଳିଲେ ଅସୁବିଧା କ’ଣ ହେଉଛି? ସେମିତି ବି ଇଣ୍ଟର୍‌ନେଟ୍‌ରେ ଆପଣମାନେ କ’ଣ ଦେଖୁଛନ୍ତି? କି ଇ-ଟେଲିଙ୍ଗ୍‌ ହେଉଛି? ଆପଣମାନେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ଛଡ଼ା ଅନ୍ୟ କିଛି କରୁନାହାନ୍ତି।

publive-image Image Source: The Indian Express

ଏହା ପରେ ପରେ ସେ କହିଲେ, ମୁଁ ଏକ କଥା କହିବା ଅର୍ଥ ହେଲା କଶ୍ମୀରରେ ଇଣ୍ଟର୍‌ନେଟ୍‌ ନ ଥିଲେ ବି ଅର୍ଥନୀତି ଉପରେ କୌଣସି ଆଖିଦୃଶିଆ ପ୍ରଭାବ ପଡୁନାହିଁ।

ଟେଲି ଯୋଗାଯୋଗ ଯଦି ଭାରତର ଅଭିବୃଦ୍ଧିର ଚାବିକାଠି ବୋଲି ସେ ବିଚାର କରୁଛନ୍ତି, ତେବେ ଜମ୍ମୁ ଓ କଶ୍ମୀରରେ ଇଣ୍ଟର୍‌ନେଟ୍‌ ସେବା କାହିଁକି ବନ୍ଦ କରାଯାଇଛି ବୋଲି ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ ଏ ଭଳି କଥା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe