People Power Supreme: Delhi Victory Says PM Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି।
ବିଜେପି ୪୭ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୩ ଆସନରେ ଆଗୁଆ ରହିଛି। ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।
ଅଧିକ ପଢ଼ନ୍ତୁ: ପରାଜୟ ସ୍ବୀକାର କଲେ କେଜ୍ରିୱାଲ
ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏହାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ; ଏହା ଆମର ଗ୍ୟାରେଣ୍ଟି। ଏହା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ, ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ବିଜେପିର ଏହି ବିଶାଳ ଜନାଦେଶ ହାସଲ କରିବା ପାଇଁ ଦିନରାତି ପରିଶ୍ରମ କରିଥିବା ମୋର ସମସ୍ତ କର୍ମୀଙ୍କ ପାଇଁ ମୁଁ ବହୁତ ଗର୍ବିତ। ଏବେ ଆମେ ଆମର ଦିଲ୍ଲୀବାସୀଙ୍କୁ ଆହୁରି ଦୃଢ଼ ଭାବରେ ସେବା କରିବା ପାଇଁ ଉତ୍ସର୍ଗୀକୃତ ରହିବୁ।
ଅଧିକ ପଢ଼ନ୍ତୁ: ୨୭ ବର୍ଷ ପରେ ଦିଲ୍ଲୀ ଦରବାରରେ ବିଜେପି
Follow Us