କାମକୁ ଫେରି ଭାରତ ଏବେ ଚଳଚଞ୍ଚଳ, କରୋନାଭୂତାଣୁ ନାହିଁ ବୋଲି ଲୋକେ ଭାବୁଛନ୍ତି

Advertisment
ଜାରି ରହିଥିବା ସତର୍କତା ନୂଆ କରୋନାଭୂତାଣୁ ପାଇଁ ଯଥେଷ୍ଟ

Image Courtesy of New Indian Express

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଦ୍ବାରା ପାଖାପାଖି ୭୬ ଲକ୍ଷ ଆକ୍ରାନ୍ତଙ୍କୁ ଧାରଣ କରିଥିବା ଭାରତ ଆମେରିକା ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଦେଶର ଅପଯଶ ମୁଣ୍ଡାଇଥିବା ବେଳେ ଆଗକୁ ପ୍ରଥମ ସ୍ଥାନରେ ପହଞ୍ଚିବା କିଛି ବିଚିତ୍ର ନୁହେଁ। ତଥାପି ମହାରାଷ୍ଟ୍ରରର ଅବିରତ କଲକାରଖାନାଠାରୁ ଆରମ୍ଭ କରି କୋଲକାତାର ଜନଗହଳି ବଜାର ଯାଏ ସବୁଠି କର୍ମତତ୍ପରତା ଫେରିଆସିଛି। ତେବେ ଏଇ ପାର୍ବଣ ଋତୁରେ ଘାତକ କରୋନାଭୂତାଣୁ ସତେ ଯେମିତି ଆଉ ନାହିଁ କି ନଥିଲା ବୋଲି ଦେଶବାସୀ ଭାବିବାଟା ପରିତାପର ବିଷୟ ହୋଇଛି। ଗତ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ପରି କଠୋର କଟକଣା ସ୍ଥିତି ଲକ୍ଷ ଲକ୍ଷ ଲୋକଙ୍କୁ ଅନଟନ ଓ ଅନାହାର ମୁହଁକୁ ଠେଲି ଦେବା ସାଙ୍ଗକୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଲକ୍ଷ୍ୟ କରି ସରକାର ସାଧାରଣ ଜୀବନଯାତ୍ରାକୁ ପୂର୍ବବତ୍‌ ଚଳମାନ କରିବାକୁ ନିଷ୍ପତ୍ତି ନେଲେ। ତେବେ ନିଜର ପେଟପାଟଣା ପାଇଁ ଲୋକଙ୍କୁ ଏପରି ତଥାକଥିତ ସାମାଜିକ ଦୂରତ୍ବ ଭୁଲି ନିଜର ବେଉସା ଆରମ୍ଭ କରିଦେଇଛନ୍ତି। କାରଣ ସେମାନେ ଯେନତେନ ପ୍ରକାରେ କିଛି ରୋଜଗାର ନକଲେ ପରିବାର ମୁହଁରେ ଆଉ ଦାନା ମୁଠିଏ ଦେବାର ସମ୍ବଳ ତାଙ୍କ ପାଖରେ ନାହିଁ।

ଗତ କିଛି ଦିନ ହେଲା ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଢେର୍‌ ଖସିଆସିବା ସହ ମୃତ୍ୟୁହାର ମଧ୍ୟ କମିଛି। ତେବେ ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ସମୟରେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯିବାର ଆଶଙ୍କା ରହିଛି। କାରଣ ରିହାତି ଦରରେ ପୋଷାକପତ୍ର ଠାରୁ ଆରମ୍ଭ କରି ଗୃହୋପକରଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବା ପାଇଁ ଦୋକାନବଜାରରେ ଗ୍ରାହକମାନଙ୍କ ଅସମ୍ଭବ ଗହଳି ଯୋଗୁଁ ସଂକ୍ରମଣ ପୁଣି ତୀବ୍ର ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଅପରପକ୍ଷେ, କରୋନା ପାଇଁ ମନରେ ଭୟ ଥିଲେ ବି ଏପରି ସ୍ବାଭାବିକତାକୁ ଫେରିବା ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ ବୋଲି ଅନେକ ସାଧାରଣ ଲୋକ ମତ ରଖିଛନ୍ତି। ତେବେ ଭାରତ ପାଇଁ ବଡ଼ ଆଶ୍ବସ୍ତିର ବିଷୟ, ଦେଶରେ କୋଭିଡ୍‌ ମୃତ୍ୟୁହାର ମାତ୍ର ଦେଢ଼ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe