ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ଯାତ୍ରୀ ଟ୍ରେନରୁ ବାହାରିଲେ

Advertisment
ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ଯାତ୍ରୀ ଟ୍ରେନରୁ ବାହାରିଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି‌ଲୋକ ଟ୍ରେନର ଝରକା ଭାଙ୍ଗି ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି। ତେ‌ବେ ଏହି ଘଟଣା ଟି ଲଣ୍ଡନର ବୋଲି କୁହାଯାଉଛି।

ଲଣ୍ଡନରେ ଘଟିଥିବା ଏହି ଘଟଣାଟି ହେଉଛି ଏପରି, ଉକ୍ତ ଟ୍ରେନଟି ଷ୍ଟେସନରେ ପହଞ୍ଚିବା ପରେ ଦ୍ବାର ଖୋଲି ନଥିଲା, ଟ୍ରେନ ଭିତରେ ଧୂଆଁ ଭରି ଯାଇଥିଲା। ଫାୟର ଅଲାରାମ ବି ବାଜି ସାରିଥିଲା।  ଏମିତିରେ ଉକ୍ତ ଟ୍ରେନରେ ବସି ଯାତ୍ରା କରୁଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଟ୍ରେନ ଝରକା ଭାଙ୍ଗି ଦେଇଥିଲେ।

ଏହି ଘଟଣା ପରେ ଟ୍ରାନ୍ସପୋର୍ଟ ଫର ଲଣ୍ଡନ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ଏଥିସହିତ ଅଗ୍ନିଶମ ବିଭାଗକୁ ମୁତୟନ କରିବା ପାଇଁ ସୂଚନା ଦିଆଯାଇଛି।  ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଟୁଇଟରରେ ଜେକ ସାର୍ପ ନାମକ ବ୍ୟକ୍ତି ଏହି ଘଟଣାର ଭିଡିଓ ସେୟାର କରିଛନ୍ତି।

ଏହି ଘଟଣାକୁ ନେଇ ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ କହିଛନ୍ତି, ‘ଯେ‌ତେବେଳେ ଟ୍ରେନ ଷ୍ଟେସନରେ ପହଞ୍ଚିଥିଲା, ଟ୍ରେନ ଭିତରେ ଧୁଆଁ ଭରି ଯାଇଥିଲା। ଆଉ ଦ୍ବାର ବି ଖୋଲି ନଥିଲା। ଏମିତି କି ଜରୁରୀକାଳିନ ପରିସ୍ଥିତିରେ ଟ୍ରେନ ଭିତରୁ ବ‌ାହାରିବା ପାଇଁ ଯେଉଁ ଦ୍ବାର ଥାଏ ତାହା ବି ଖୋଲି ନଥିଲା। ଷ୍ଟେସନରେ ଥିବା କର୍ମଚାରୀମାନେ ଲୋକଙ୍କୁ ଉଦ୍ଧାର କରିବା ବଦଳରେ ନିଜନିଜ ଫୋନରେ ବ୍ୟସ୍ତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe