ଚୀନ୍‌ରେ ସରକାର ବିରୋଧୀ ଆକ୍ରୋଶ ବଢ଼ୁଛି, କରୋନାର ସଫଳ ମୁକାବିଲା ଦାବି କଲା ଶାସକ କମ୍ୟୁନିଷ୍ଟ ଦଳ

Advertisment
ଚୀନ୍‌ରେ ସରକାର ବିରୋଧୀ ଆକ୍ରୋଶ ବଢ଼ୁଛି, କରୋନାର ସଫଳ ମୁକାବିଲା ଦାବି କଲା ଶାସକ କମ୍ୟୁନିଷ୍ଟ ଦଳ

ବେଜିଂ: କରୋନାକୁ ନେଇ ଚୀନ୍‌ରେ ସରକାର ବିରୋଧୀ ଆକ୍ରୋଶ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ୟାପକ ସରକାରୀ କଟକଣାକୁ ବେଖାତିର୍‌ କରି ଲୋକେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ସୋସିଆଲ ମିଡିଆରେ ଜାହିର୍‌ କରୁଛନ୍ତି। ସରକାର କରୋନାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଉଥିବା, ଭାଇରସ୍‌ ସଂପର୍କରେ ଆଗୁଆ ସତର୍କ କରାଇଥିବା ଲୋକଙ୍କୁ ଦଣ୍ଡିତ କରିବା ଏବଂ ଲୋକଙ୍କ ଉପରେ ଜୁଲମ୍‌ ଜାରି ରଖିବା ନେଇ ସବୁଠି ଜନ ଅସନ୍ତୋଷ ତୀବ୍ର ହେଉଛି। ତେବେ ପ୍ରବଳ ଜନ ଅସନ୍ତୋଷକୁ ବେଖାତିର୍‌ କରି ଚୀନ୍‌ ସରକାର କରୋନାର ସଫଳ ମୁକାବିଲା ହୋଇପାରିଥିବା ଘୋଷଣା କରିଛନ୍ତି। ରାଷ୍ଟ୍ରାୟ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍‌ସ’ରେ ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି ଯେ କରୋନାର ସଫଳ ମୁକାବିଲା କରି ଚୀନ୍‌ ବିଶ୍ବରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ଅନ୍ୟପକ୍ଷରେ ସରକାରଙ୍କ ଏହି ଘୋଷଣା‌ ଲୋକଙ୍କୁ ଆଦୌ ପ୍ରଭାବିତ କରିନାହିଁ ଏବଂ ସତ୍ୟ ଲୁଚାଇବାକୁ ସରକାରଙ୍କ ଏହା ଏକ ଅପଚେଷ୍ଟା ବୋଲି କୁହାଯାଇଛି। କରୋନାକୁ ନେଇ ଚୀନ୍‌ରେ ଉପୁଜିଥିବା ସ୍ଥିତି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ତାଙ୍କର ଲୋକପ୍ରିୟତା ଯଥେଷ୍ଟ ହ୍ରାସ ପାଇଥିବା ବେଳେ ନେତୃତ୍ବକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe