ମୃତ୍ୟୁକୁ ଆଲିଙ୍ଗନ କରିବେ ଲୋକେ: ସ୍ୱତନ୍ତ୍ର ବିଲ୍ ପାରିତ କଲା ବ୍ରିଟେନ

ବ୍ରିଟିଶ ସଂସଦର ନିମ୍ନ ଗୃହରେ ଇଛାମୃତ୍ୟୁ ସମ୍ବନ୍ଧୀୟ ଏକ ବିଲ୍ ପାରିତ ହୋଇଛି। ଏବେ ଏହାକ ନେଇ ବହୁ ଆଲୋଚନା ହେଉଛି। ଏହି ବିଲ୍ ଅନୁଯାୟୀ, ଯେଉଁମାନେ ଇଛାମୃତ୍ୟୁ ଚାହୁଁଛନ୍ତି ସେମାନେ ବର୍ତ୍ତମାନ ସହଜରେ ନିଜ ପସନ୍ଦରେ ମୃତ୍ୟୁକୁ ଆଲିଙ୍ଗନ କରିପାରିବେ...

WhatsApp Image 2024-11-30 at 5.08.42 PM

ଲଣ୍ଡନ: ବ୍ରିଟିଶ ସଂସଦର ନିମ୍ନ ଗୃହରେ ଇଛାମୃତ୍ୟୁ ସମ୍ବନ୍ଧୀୟ ଏକ ବିଲ୍ ପାରିତ ହୋଇଛି। ଏହାକୁ ନେଇ ଏବେ ଆଲୋଚନା ହେଉଛି। ଏହି ବିଲ୍ ଅନୁଯାୟୀ, ଯେଉଁମାନେ ଇଛାମୃତ୍ୟୁ ଚାହୁଁଛନ୍ତି ସେମାନେ ବର୍ତ୍ତମାନ ସହଜରେ ନିଜ ପସନ୍ଦରେ ମୃତ୍ୟୁକୁ ଆଲିଙ୍ଗନ  କରିପାରିବେ।

ବ୍ରିଟିଶ ସଂସଦରେ ଇଛାମୃତ୍ୟୁ ସମ୍ବନ୍ଧୀୟ ଏକ ବିଲ୍ ଆଗତ କରାଯାଇଥିଲା। ଏହି ବିଲ୍ ଅନୁଯାୟୀ ଗୁରୁତର ଅସୁସ୍ଥ ବୃଦ୍ଧବୃଦ୍ଧା ଅବା ଅନ୍ୟ ବ୍ୟକ୍ତିମାନେ ସେମାନଙ୍କ ଜୀବନକୁ ଶେଷ କରିପାରିବେ। ଯେଉଁମାନଙ୍କର ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିବା ଅବା ସେମାନେ କୌଣସି ଦୂରାରୋଗ୍ୟ ରୋଗରେ ପୀଡ଼ିତଥିବେ। ବ୍ରିଟିଶ ସଂସଦରୁ ଏହି ବିଲ୍ ପ୍ରାରମ୍ଭିକ ଅନୁମୋଦନ ଲାଭ କରିଛି, ଯାହା ବର୍ତ୍ତମାନ ଅନୁମୋଦନ ପାଇଁ ଉପର ଗୃହକୁ ପଠାଯିବ।

ସଂସଦରେ ବିତର୍କ ପରେ ସଂସଦରେ ଏହି ବିଲ୍ ଉପରେ ଭୋଟ୍ ଗ୍ରହଣ କରାଯାଇଥିଲା ଯେଉଁଥିରେ ୩୩୦ ଭୋଟ୍ ବିଲ୍ ସପକ୍ଷରେ ଦିଆଯାଇଥିବାବେଳେ ଏହା ବିରୋଧରେ ୨୭୫ ଭୋଟ୍ ଦିଆଯାଇଥିଲା। ଏହାପୂର୍ବରୁ ୨୦୧୫ରେ ଏହି ବିଲ୍ ସଂସଦରେ ଅଣାଯାଇଥିଲା, କିନ୍ତୁ ସେତେବେଳେ ତାହା ପାରିତ ହୋଇପାରି ନ ଥିଲା।

ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ବ୍ରିଟିଶ-ଭାରତୀୟ ସାଂସଦଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ସଂସ୍କୃତି ମନ୍ତ୍ରୀ ଲିସା ନନ୍ଦୀ ମଧ୍ୟ ଥିଲେ। ବର୍ତ୍ତମାନ ଏହି ବିଲ୍ ସଂସଦର ଉପର ଗୃହକୁ ଅର୍ଥାତ୍ 'ହାଉସ୍ ଅଫ୍ ଲର୍ଡସ୍‌କୁ' ସଂଶୋଧନ ଏବଂ ବିଚାର ପାଇଁ ପଠାଯିବ। ଏହି ବିଲ୍‌କୁ ଇଂଲଣ୍ଡ ଏବଂ ୱେଲ୍ସର ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ସ୍ୱାସ୍ଥ୍ୟ ସଚିବ ଯାଞ୍ଚ୍ କରିବେ।

ବ୍ରିଟେନର ନିମ୍ନ ସଦନ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲେ ମଧ୍ୟ ଏହାର ରାସ୍ତା ସହଜ ନୁହେଁ କାରଣ ବିଲ୍ ଭୋଟ୍ ସମୟରେ ସଂସଦ ଭିତରେ ଏବଂ ବାହାରେ ବିରୋଧୀ ପ୍ରଦର୍ଶନ କରାଯାଇଛି।  ଏହି ବିଲ୍‌କୁ ବିରୋଧ କରୁଥିବା ଲୋକମାନେ କହିଛନ୍ତି ଯେ, ଲୋକମାନେ ଏହାର ଅପବ୍ୟବହାର କରିପାରନ୍ତି। ବିଲ୍ ସାହାଯ୍ୟରେ ଲୋକଙ୍କୁ ମୃତ୍ୟୁ ପାଇଁ ଚାପ ପକାଯାଇପାରେ।

ବିଲ୍ ବ୍ୟବସ୍ଥା ଅନୁଯାୟୀ, ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଯେଉଁମାନେ ଆସନ୍ତା ୬ ମାସ ମଧ୍ୟରେ ମରିବାକୁ ଯାଉଛନ୍ତି ସେମାନେ ଏହି ବିଲ୍‌ର ଲାଭ ଉଠାଇ ପାରିବେ।

ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କ ଜୀବନ ଶେଷ କରିବାକୁ ନିଷ୍ପତ୍ତି ଦୁଇଜଣ ଡାକ୍ତରଙ୍କ ଅନୁମୋଦନ ଆବଶ୍ୟକ କରିବ। ଯାହା ପରେ ହାଇକୋର୍ଟର ବିଚାରପତିଙ୍କଠାରୁ ଅନୁମତି ମଧ୍ୟ ଆବଶ୍ୟକ ହେବ। ଏହା ବ୍ୟତୀତ ଦୁଇଜଣ ଡାକ୍ତରଙ୍କ ଦ୍ବାରା ନିଶ୍ଚିତ ହେବ ଯେ ବ୍ୟକ୍ତି ଜଣକ ଇଛାମୃ୍ତ୍ୟୁ ପାଇବାକୁ ଆଗ୍ରହୀ ଅଛନ୍ତି ନା ନାହିଁ। ଏହା ପରେ କୋର୍ଟ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଅଧିକ ପଢ଼ନ୍ତୁ: ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବ!: ଟ୍ରମ୍ପଙ୍କ ଦୂତଙ୍କ ଯୋଜନା ପ୍ରସ୍ତୁତ

ଏହି ସମଗ୍ର ପ୍ରକ୍ରିୟା ଏକରୁ ଦୁଇ ସପ୍ତାହ ନେଇପାରେ। ଯଦି କାହାର ମୃତ୍ୟୁ ନିକଟବର୍ତ୍ତୀ କିମ୍ବା ବ୍ୟକ୍ତି ଜଣଙ୍କ ବହୁ ଯନ୍ତ୍ରଣା ଭୋଗୁଛନ୍ତି, ତେବେ ୪୮ ଘଣ୍ଟା ମଧ୍ୟରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ଯଦି କେହି ଜଣେ ଏନେଇ ଅନ୍ୟ ଉପରେ ଚାପ ପକାନ୍ତି, ତେବେ ତାଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ ବୋଲି ବିଲ୍‌ରେ  ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ: ଚୋର ବୋଲି ଭାବି ମଦ୍ୟପ ବରଯାତ୍ରୀଙ୍କୁ ନିସ୍ତୁକ ମାଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe