ସମଗ୍ର ପୃଥିବୀରେ ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ, ଋଷର ଜନତା ବି ଋଷ ସରକାରଙ୍କ ବିରୋଧରେ

Advertisment
ସମଗ୍ର ପୃଥିବୀରେ ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ, ଋଷର ଜନତା ବି ଋଷ ସରକାରଙ୍କ ବିରୋଧରେ

ମସ୍କୋ: ୟୁକ୍ରେନ ଉପରେ ଋଷ ଆକ୍ରମଣର ଆଜି ଦ୍ଵିତୀୟ ଦିନ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ୟୁକ୍ରେନ ଉପରେ ଆକ୍ରମଣ ନିଷ୍ପତ୍ତିକୁ ପୃଥିବୀ ସାରା ନିନ୍ଦା କରାଯାଉଛି। ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ହଙ୍ଗେରୀ, ଫ୍ରାନ୍ସ, ଜାପାନ, ସ୍ଵିଜରଲ୍ୟାଣ୍ଡରେ ଲୋକମାନେ ଋଷୀୟ ଆକ୍ରମଣ ବିରୋଧରେ ବିକ୍ଷୋଭ କରୁଛନ୍ତି। ଋଷର ବୁଦ୍ଧିଜୀବୀ, ସାମ୍ବାଦିକଙ୍କ ଅନୁସାରେ ଏହି ଯୁଦ୍ଧର ଆରମ୍ଭ କରି ଋଷିଆ ନିଜକୁ ଦୁନିଆଠାରୁ ଅଲଗା କରିନେଇଛି।

ଋଷର ସେଣ୍ଟପିଟର୍ସବର୍ଗରେ ଲୋକମାନେ ପୁତିନଙ୍କ ନିଷ୍ପତ୍ତିର ବିରୋଧ କରିଥିଲେ ଓ ୟୁକ୍ରେନରୁ ସେନାକୁ ଫେରାଇ ଆଣିବାକୁ କହିଥିଲେ। ଋଷର ରାଜଧାନୀ ମସ୍କୋରେ ୟୁକ୍ରେନ ଉପେର ଆକ୍ରମଣ ବିରୋଧରେ ଲୋକମାନେ ପ୍ରବଳ ବିରୋଧ ପ୍ରଦର୍ଶନ କରିଥିଲେ। ଋଷ ସରକାର ପ୍ରଦର୍ଶନ କରୁଥିବା ୧୪୦୦ ଶହ ଲୋକଙ୍କୁ ଗିରଫ କରିଛନ୍ତି।

ନ୍ୟୁୟର୍କର ଲୋକମାନେ ଦାବି କରିଛନ୍ତି ଯେ ଯଥାଶୀଘ୍ର ଋଷ ୟୁକ୍ରେନ ଉପରେ ଆକ୍ରମଣ ଉପରେ ରୋକ ଲଗାଉ। ଜର୍ମାନୀର ବର୍ଲିନରେ ବ୍ରେଣ୍ଡେନବର୍ଗ ଫାଟକ ସାମନାରେ ଶହଶହ ଲୋକ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି, ମିଡିଆ ଅନୁସାରେ ଏଠାରେ ଅଧିକାଂଶ ଋଷୀୟ ନାଗରିକ ଥିଲେ। ପ୍ୟାରିସର ପ୍ଲେସ୍ ଡେ ଲା ରିପବ୍ଲିକରେ ଗୁରୁବାର ରାତିରେ ଲୋକମାନେ ପୁତିନଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ।

ପୋଲାଣ୍ଡର କାକ୍ରୋରେ ଲୋକମାନେ ହାତରେ ୟୁକ୍ରେନର ପତାକା ଧରି ପୁତିନଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ଓ ଯୁଦ୍ଧ ରୋକିବାକୁ ଦାବି କରିଥିଲେ। ଜାପାନର ଟୋକିଓରେ ଗୁରୁବାର ଜାପାନୀ ଓ ୟୁକ୍ରେନର ଲୋକ ସାମିଲ ହୋଇ ବିରୋଧ କରିଥିଲେ। ସେମାନଙ୍କ ହାତରେ ‘ଗେଟ୍ ଆଉଟ୍ ପୁତିନ’(ପୁତିନ ଚାଲିଯାଅ)ର ପୋଷ୍ଟର ଥିଲା। ଅଷ୍ଟ୍ରେଲିଆରେ ଋଷ ବିରୋଧରେ ବିରୋଧ କରୁଥିବା ସମୟରେ ଲୋକମାନେ ପୁତିନଙ୍କ ତୁଳନା ହିଟଲରଙ୍କ ସହ କରିଥିଲେ ଓ ତାଙ୍କୁ ‘ପୁତଲର’ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe