ଜେଲେନସ୍କିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ୟୁକ୍ରେନର ଲୋକମାନେ ଭୋଲୋଡିମିର ଜେଲେନସ୍କିଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସଦ୍ୟତମ ପାରିତ ବିବାଦୀୟ ବିଲ୍ ବିରୋଧରେ ଜନସାଧାରଣ ପ୍ରତିବାଦ କରୁଛନ୍ତି...

People took to the streets to oust Zelensky from power

People took to the streets to oust Zelensky from power Photograph: (sambad.in)

କିଭ୍: ରୁଷିଆ ସହିତ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ, ଖବର ଆସୁଛି ଯେ ଲକ୍ଷ ଲକ୍ଷ ଲୋକ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଅନେକ ବଡ଼ ସହରରେ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି। ଏହା ପରେ, ଜେଲେନସ୍କି ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି।

ରାଜଧାନୀ କିଭ୍ ଏବଂ ୟୁକ୍ରେନର ଅନ୍ୟାନ୍ୟ ସହରରେ  ଲୋକେ ଏକତ୍ରିତ ହୋଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ୟୁକ୍ରେନୀୟ ସଂସଦ ଦ୍ୱାରା ଗୃହୀତ ଏକ ବିବାଦୀୟ ବିଲ୍ ଉପରେ ଭିଟୋ ପ୍ରୟୋଗ କରିବାକୁ ଆହ୍ୱାନ କରିଥିଲେ। 

ସୂଚନା ଅନୁଯାୟୀ, ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ଜେଲେନ୍ସକି ସରକାର ଦ୍ୱାରା ସମ୍ପ୍ରତି ଗୃହୀତ ବିଲ୍ ଜାତୀୟ ଦୁର୍ନୀତି ନିବାରଣ ବ୍ୟୁରୋ (ଏନଏବିୟୁ) ଏବଂ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ପ୍ରସିକ୍ୟୁଟର ଅଫିସ (ଏସଏପିଓ)ର ସ୍ୱାଧୀନତାକୁ ବିପଦରେ ପକାଇପାରେ।

ଅଧିକ ପଢ଼ନ୍ତୁ: ଉଦ୍ଧବ-ଶରଦ ମୁଖ୍ୟମନ୍ତ୍ରୀ ଫଡନବୀସଙ୍କ ସହ ଯୋଗାଯୋଗରେ ଅଛନ୍ତି: ଜେଡିୟୁର ଦାବି

ସେମାନେ କହିଛନ୍ତି ଯେ, ସରକାର ଦୁର୍ନୀତିକୁ ଲୁଚାଇବା ପାଇଁ ଏହି ଆଇନଗୁଡ଼ିକୁ ବ୍ୟବହାର କରିପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଏହି ଏଜେନ୍ସିଗୁଡ଼ିକ ଉପରେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟର କବ୍ଜା ବୃଦ୍ଧି ପାଇବ, ଯାହା ସେମାନଙ୍କର ତଦନ୍ତ ପ୍ରକ୍ରିୟାର ନିରପେକ୍ଷତା ଏବଂ ସ୍ୱାଧୀନତାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ରୁଷିଆ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଏହା ଏକ ଗମ୍ଭୀର ଚ୍ୟାଲେଞ୍ଜ ହୋଇପଡିଛି । ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଥମ ଥର ଯେ, ୟୁକ୍ରେନୀୟ ଜନସାଧାରଣ ତାଙ୍କ ବିରୁଦ୍ଧରେ ଏତେ ବଡ଼  ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ, ଜେଲେନସ୍କି ତାଙ୍କ ନିକଟତମ ସହଯୋଗୀମାନଙ୍କୁ ବଞ୍ଚାଇବା ପାଇଁ ଏକ ବିବାଦୀୟ ବିଲ୍ ଆଗତ କରୁଛନ୍ତି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଏବଂ ୟୁରୋପୀୟ ୟୁନିଅନର କିଛି ପ୍ରମୁଖ ସଦସ୍ୟ ମଧ୍ୟ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି।

ଜନସାଧାରଣଙ୍କ କ୍ରୋଧ ଏବଂ ପ୍ରତିବାଦକୁ ଦୃଷ୍ଟିରେ ରଖି, ଭୋଲୋଡିମିର ଜେଲେନସ୍କି ବୁଧବାର ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ଯାହା ଦ୍ଵାରା ଏହା ସମ୍ପର୍କରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରାଯାଇପାରିବ। ସେହିପରି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯଦି ଏହି ରାଜନୈତିକ ସମସ୍ୟାର ଶୀଘ୍ର ସମାଧାନ ନହୁଏ, ତେବେ ଏହା ରୁଷିଆ ସହିତ ଯୁଦ୍ଧକୁ ମଧ୍ୟ ପ୍ରଭାବିତ କରିପାରେ ।  ଏପରି ଘଟଣା ପାଶ୍ଚାତ୍ୟ ଦେଶଗୁଡ଼ିକରୁ ମିଳୁଥିବା ସମର୍ଥନକୁ ମଧ୍ୟ ଦୁର୍ବଳ କରିପାରେ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ସଂସଦରେ ୩୨ ଘଣ୍ଟାର 'ମହାବିତର୍କ': ରାହୁଲ-ଅଖିଳେଶଙ୍କ ପ୍ରଶ୍ନର ଉତ୍ତର ଦେବେ ମୋଦୀ-ଶାହ

 Ukraine | volodymyr-zelensky

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe