ନକ୍ସଲ କମାଣ୍ଡର ହିଡ଼ମା ଇତିହାସ ହେବାକୁ ଲୋକେ ଚାହାନ୍ତି: ସିଆର୍‌ପିଏଫ୍‌ ମୁଖ୍ୟ

Advertisment
ନକ୍ସଲ କମାଣ୍ଡର ହିଡ଼ମା ଇତିହାସ ହେବାକୁ ଲୋକେ ଚାହାନ୍ତି: ସିଆର୍‌ପିଏଫ୍‌ ମୁଖ୍ୟ

ThePrint

ନୂଆଦିଲ୍ଲୀ : ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ମାଡ଼ବି ହିଡ଼ମା ଖୁବ୍‌ ଶୀଘ୍ର ଇତିହାସ ହୋଇଯିବାକୁ ଲୋକେ ଚାହାନ୍ତି ବୋଲି ସିଆର୍‌ପିଏଫ୍‌ ଡିଜି କୁଲଦୀପ ସିଂହ କହିଛନ୍ତି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ ଇଙ୍ଗିତ କରିଛନ୍ତି। ଏଥି ସହିତ ଗତ ସପ୍ତାହରେ ଛତିଶଗଡ଼ ଜଙ୍ଗଲରେ ଯବାନମାନଙ୍କୁ ଗରିଲା ଆକ୍ରମଣ କରିଥିବା ନକ୍ସଲମାନଙ୍କ ବିରୋଧରେ ଅଭିଯାନକୁ ତୀବ୍ରତର କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ନକ୍ସଲମାନେ ଏବେ ଏକ ସଂକୁଚିତ ଇଲାକାରେ ନିଜର ଉପସ୍ଥିତିକୁ ଜାହିର କରୁଛନ୍ତି। ଆଗରୁ ଶହେ ବର୍ଗ କିମି ପରିମିତ ଅଞ୍ଚଳରେ ସେମାନେ ଆତଯାତ କରୁଥିବା ବେଳେ ଏବେ ମାତ୍ର ୨୦ ବର୍ଗ କିମି ଭିତରେ ସୀମିତ ଅଛନ୍ତି। ଅତି ବେଶିରେ ବର୍ଷକ ଭିତରେ ସେମାନଙ୍କ ବାସସ୍ଥଳୀଗୁଡ଼ିକୁ ଧ୍ବଂସ କରାଯିବ ଏବଂ ସେମାନଙ୍କୁ ଆଉ ଲୁଚିଛପି ରହିବାକୁ ଦିଆଯିବନି ବୋଲି ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe