କୋଭିସିଲ୍ଡ ନେଇଥିବା ଲୋକଙ୍କୁ ତୃତୀୟ ଡୋଜ୍‌ ଦରକାର ପଡ଼ିପାରେ: ଆଇସିଏମ୍ଆର

Advertisment
କୋଭିସିଲ୍ଡ ନେଇଥିବା ଲୋକଙ୍କୁ ତୃତୀୟ ଡୋଜ୍‌ ଦରକାର ପଡ଼ିପାରେ: ଆଇସିଏମ୍ଆର

amarujala.com

ନୂଆଦିଲ୍ଲୀ : କରୋନାର ଡେଲ୍‌ଟା ପ୍ରଜାତି ପାଇଁ ହିଁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହିଥିବା ବେଳେ ଆଇସିଏମ୍‌ଆର ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିସିଲ୍ଡ ଟିକା‌ ନେଇଥିବା ବ୍ୟକ୍ତି ଡେଲ୍‌ଟା ପ୍ରଜାତିରେ ସଂକ୍ରମିତ ହେଉଛନ୍ତି। ଡେଲ୍‌ଟା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଥିବା ଆଣ୍ଟିବଡିକୁ ଦୁର୍ବଳ କରିଦେଉଛି। ତେଣୁ କୋଭିସିଲ୍ଡ ଟିକା ନେଇଥିବା ଲୋକମାନଙ୍କୁ ତୃତୀୟ ଡୋଜ୍‌ ଦରକାର ପଡ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ପୂର୍ବ ଭାଇରସ୍‌ ତୂଳନାରେ ଡେଲ୍‌ଟା ଭାଇରସ୍‌ କୋଭିସିଲ୍ଟ ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଶରୀରର ଏଣ୍ଟିବଡି ପ୍ରାୟ ୪.୫ ଗୁଣା ଏବଂ ଦ୍ବିତୀୟ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଏଣ୍ଟିବଡି ପ୍ରାୟ ୩.୨ ଗୁଣା କମାଇ ନେଉଛନ୍ତି ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

ଆଇସିଏମ୍ଆର ଡାକ୍ତର ସମୀରଣ ପଣ୍ଡା କହିଛନ୍ତି, ଟିକାକରଣ ଅଭିଯାନର ରଣନୀତି ନେଇ କୌଣସି ନିଷ୍ପତ୍ତି ନେବା ସମୟରେ ଏହି ସୂଚନା କାମ ଦେବ। ଡାକ୍ତର ପଣ୍ଡା କହିଛନ୍ତି, ଆଇସିଏମ୍‌ଆର ଅଧ୍ୟୟନ ଅନୁଯାୟୀ କୋଭିଡ୍‌ରେ ଯେଉଁମାନେ ସଂକ୍ରମିତ ହୋଇଛନ୍ତି, ଭାଇରସ୍‌ ସେମାନଙ୍କ ପାଇଁ ପ୍ରଥମ ଡୋଜ୍‌ ଟିକା ଭାବେ କାମ ଦେଉଛି। ତେବେ ଯେଉଁମାନେ କରୋନା ସଂକ୍ରମିତ ହେବାପରେ ୨ ଡୋଜ୍ ଟିକା ନେଉଛନ୍ତି ସେମାନଙ୍କ ଶରୀରରେ ୩ ଗୁଣା ଅଧିକ ଆଣ୍ଟିବଡି ଉତ୍ପନ୍ନ ହେଉଛି। ଅନ୍ୟପକ୍ଷେ ଯେଉଁମାନେ ଆଦୌ କରୋନା ସଂକ୍ରମିତ ହୋଇନାହାନ୍ତି ଏବଂ କୋଭିସିଲ୍ଡର ୨ଟି ଯାକ ଡୋଜ୍‌ ନେବାପରେ ସଂକ୍ରମିତ ହେଊଛନ୍ତି ସେମାନଙ୍କର ସବୁଠାରୁ ଅଧିକ ଏଣ୍ଟିବଡି ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe