ଇଭି ବ୍ୟାଟେରି ପାଇଁ ପ୍ରଦର୍ଶନ ମାନକ ଜାରି

Advertisment
ଇ-ଯାନ କିଣିବାକୁ ସରକାରୀ କର୍ମଚାରୀଙ୍କୁ ମିଳିବ ସୁଧ ବିହୀନ ଅଗ୍ରୀମ

Zee News

ନୂଆଦିଲ୍ଲୀ, : ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌) ପକ୍ଷରୁ ଇଲେକ୍ଟ୍ରିକ୍ ଯାନ ବ୍ୟାଟେରି ପାଇଁ ପ୍ରଦର୍ଶନ ମାନକ ଜାରି କରାଯାଇଛି। ବିଭିନ୍ନ ବାସ୍ତବ ସ୍ଥିତିରେ ବ୍ୟାଟେରିକୁ ଅନୁଧ୍ୟାନ କରିବା ପରେ ମାନକ ଧାର୍ଯ୍ୟ କରାଯାଇଛି। ଗାଡ଼ି ପାର୍କିଂରେ ଥିବା ସମୟରେ, ବହୁ ଦିନ ପର୍ଯ୍ୟନ୍ତ ବ୍ୟବହାର ନହେବା ଭଳି ସ୍ଥିତିରେ, ଅତ୍ୟଧିକ ତାପମାତ୍ରା କିମ୍ବା ନିମ୍ନ ତାପମାତ୍ରାରେ ବ୍ୟାଟେରିର ପ୍ରଦର୍ଶନ ଆଦି ପରୀକ୍ଷା କରାଯିବା ପରେ ମାନକ ନିର୍ଧାରଣ କରାଯାଇଛି। ସେହି ମାନକ ହେଉଛି ‘ଆଇଏସ୍‌ ୧୭୮୫୫:୨୦୨୨। ଯାତ୍ରୀବାହୀ ଓ ମାଲବାହୀ ଯାନରେ ବ୍ୟବହାର ହେଉଥିବା ବ୍ୟାଟେରି ପାଇଁ ମଧ୍ୟ ଆଗାମୀ ଦିନରେ ପ୍ରଦର୍ଶନ ମାନକ ଜାରି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe