ତେହେରାନ: ହିଜାବ ନ ପିନ୍ଧି ସଂଗୀତ ପରିବେଷଣ କରିବା ଇରାନର ଜଣେ ୟୁଟ୍ୟୁବରଙ୍କ ପାଇଁ ମହଙ୍ଗା ପଡ଼ିଛି । ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ତାଙ୍କ ନାଁ ପରସ୍ତୁ ଅହମଦୀ ବୋଲି ଜଣାପଡ଼ିଛି । ଉତ୍ତର ଇରାନର ମାଜାନ୍ଦ୍ରାନର ରାଜଧାନୀ ସାରି ସହରରୁ ଏହି ୟୁଟ୍ୟୁବରଙ୍କୁ ଶନିବାର ଗିରଫ କରାଯାଇଛି। ୟୁଟ୍ୟୁବରେ ହିଜାବ ନ ପିନ୍ଧି ଅନଲାଇନ୍ ପରିବେଷଣ କରିଥିବା ଜଣେ ମହିଳା ଗାୟିକାଙ୍କୁ ଇରାନ କର୍ତ୍ତୃପକ୍ଷ ଗିରଫ କରିଛନ୍ତି। ଜଣେ ଓକିଲ ଏହି ସୂଚନା ଦେଇଛନ୍ତି।
ଇରାନର ଓକିଲ ମିଲାଦ ପାନାହିପୋର କହିଛନ୍ତି ଯେ ୨୭ ବର୍ଷୀୟ ପରସ୍ତୁ ଅହମ୍ମଦୀଙ୍କୁ ଗିରଫ କରାଯାଇଛି। ଗୁରୁବାର ଦିନ ନ୍ୟାୟପାଳିକା ଅହମ୍ମଦୀଙ୍କ କନସର୍ଟ ପ୍ରଦର୍ଶନକୁ ଦୋଷୀ ସାବ୍ୟସ୍ତ କରିଥିଲେ, ଯେଉଁଥିରେ ସେ ବିନା ସ୍ଲିଭ୍ ଏବଂ କଲରରେ ଲମ୍ବା କଳା ପୋଷାକ ପିନ୍ଧିଥିଲେ କିନ୍ତୁ ହିଜାବ ପିନ୍ଧି ନଥିଲେ। ଏହି କନସର୍ଟରେ ଅହମ୍ମଦୀଙ୍କ ସହ ୪ ଜଣ ପୁରୁଷ ସଙ୍ଗୀତଜ୍ଞ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ଇରାନରେ ବିନା ଦର୍ଶକରେ ଏହି କନସର୍ଟ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ କାରାଭାନସେରାଇ କମ୍ପ୍ଲେକ୍ସ ପଡ଼ିଆରେ ଏକ ମଞ୍ଚ ବାହାରେ କଣ୍ଠଶିଳ୍ପୀ ପରାସ୍ତୁ ଅହମ୍ମଦୀ ଏବଂ ତାଙ୍କ ଚାରି ଜଣିଆ ଦଳ ପରିବେଷଣ କରିଥିଲେ। କନସର୍ଟ ଆରମ୍ଭ ହେବା ପୂର୍ବରୁ ପରସ୍ତୁ ଅହମ୍ମଦୀ ଏକ ୟୁଟ୍ୟୁବ ଭିଡିଓରେ ଏକ ବାର୍ତ୍ତା ପୋଷ୍ଟ କରି ଲେଖିଥିଲେ, "ମୁଁ ପରସ୍ତୁ, ସେହି ଝିଅ ଯିଏ ଚୁପ୍ ରହିପାରିବ ନାହିଁ ଏବଂ ନିଜ ଦେଶ ପାଇଁ ଗୀତ ଗାଇବା ବନ୍ଦ କରିବ ନାହିଁ । ଏହି କାଳ୍ପନିକ ସମାରୋହରେ ମୋ ସ୍ୱର ଶୁଣନ୍ତୁ ଏବଂ ଏକ ସ୍ୱାଧୀନ ଏବଂ ସୁନ୍ଦର ରାଷ୍ଟ୍ରର ସ୍ୱପ୍ନ ଦେଖନ୍ତୁ ।“
Follow Us