ଖଣି ଖନନ ପାଇଁ ସେଲ୍‌କୁ ଅନୁମତି: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍‌ ଜେନେରାଲ

Advertisment
କୋଇଲା ଖଣି ନିଲାମ: ଓଡ଼ିଶାକୁ କେନ୍ଦ୍ର ଦେଲା ୧୯୯.୮୧ କୋଟି

Image Courtesy of NDTV

ନୂଆଦିଲ୍ଲୀ: ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍‌ (ସେଲ୍‌)କୁ ଖଣି ଖନନ ପାଇଁ ଆଜି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶାରେ ବେଆଇନ ଖଣି ଖନନକୁ ବିରୋଧ କରି ୨୦୧୪ରେ ‘କମନ କଜ୍‌’ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲା ପରିପେକ୍ଷୀରେ ଆଜି ବିଭିନ୍ନ କଂପାନିମାନଙ୍କ ଦ୍ବାରା ଖଣି ଖନନ ଓ ଉତ୍ତୋଳିତ ଖଣିଜ ସାମଗ୍ରୀଗୁଡ଼ିକର ଉଠାଣ ସଂପର୍କିତ ଏକାଧିକ ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା, ବିଚାରପତି ଜଷ୍ଟିସ କେ ମୁରାରୀ ଏବଂ ବିଚାରପତି ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଏହି ଅବସରରେ ଖଣ୍ଡପୀଠ ସେଲକୁ ଖଣି ଖନନ ଅନୁମତି ପ୍ରଦାନ କରିଥିଲେ।

ଓଡ଼ିଶାରେ ଖଣି ଖନନ ପାଇଁ ଅନୁମତି ଏବଂ ଖନନ ପରେ ପଡ଼ିରହିଥିବା ଖଣିଜ ପଦାର୍ଥଗୁଡ଼ିକୁ ସ୍ଥାନାନ୍ତର ପାଇଁ ବିଭିନ୍ନ କଂପାନି ଓ ଲିଜ୍‌ଧାରୀମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନଗୁଡ଼ିକ ଉପରେ ରାଜ୍ୟ ସରକାରଙ୍କ ଓକିଲମାନଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ ଗତ ଶୁଣାଣି ବେଳେ ପ୍ରଧାନ ବିଚାରପତି ଆଡଭୋକେଟ ଜେନେରାଲ(ଏଜି)ଙ୍କୁ କୋର୍ଟରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଆଜି ଏଜି ଅଶୋକ କୁମାର ପରିଜା କୋର୍ଟରେ ଉପସ୍ଥିତ ହୋଇଥିଲେ। ସେଲକୁ ଖଣି ଖନନ ଅନୁମତି ପ୍ରଦାନ କରିବା ନେଇ ସଲସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଆବେଦନ ଉପରେ ରାଜ୍ୟ ସରକାରଙ୍କ କୌଣସି ଆପତ୍ତି ନଥିବା ଏଜି ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଏହା ପରେ ସେଲକୁ ଖଣି ଖନନ ପାଇଁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଥିଲେ। ଖଣି ଖନନ ପାଇଁ ଅଭିନ୍ନ ଜୈନଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନକୁ ବିଚାରକୁ ନେଇ ଖଣ୍ଡପୀଠ ଅନୁମତି ପ୍ରଦାନ କରିଥିଲେ। ‌ସେହି ଭଳି ଖଣ୍ଡପୀଠ ନାରାୟଣୀ ସନ୍‌ସ ଓ ଦିନେଶ ଚନ୍ଦ୍ର ଦାସଙ୍କ ଦୁଇଟି ଆବେଦନକୁ ବିଚାର କରି ଉତ୍ତୋଳିତ ଖଣି ସାମଗ୍ରୀଗୁଡ଼ିକୁ ସ୍ଥାନାନ୍ତର ପାଇଁ ଅନୁମତି ମଧ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe