Image Courtesy of India Today
ନୂଆଦିଲ୍ଲୀ: ଆମେରିକାର ‘ନାସା’ ପ୍ରେରିତ ‘ପର୍ସ୍ୟୁଭିୟରାନ୍ସ୍ ରୋଭର୍’ ଅବତରଣସ୍ଥଳ ‘ଅକ୍ଟାଭିଆ ଇ. ବଲ୍ଟର୍’ ଛାଡ଼ି ଜୁନ୍ ୧ ତାରିଖରୁ ମଙ୍ଗଳ ଗ୍ରହ ପୃଷ୍ଠରେ ମନ୍ଥର ଗତିରେ ବୁଲି ବୁଲି ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କରିଥିବା କଥା ‘ଜଏଣ୍ଟ୍ ପ୍ରପଲ୍ସନ୍ ଲାବ୍ରଟରି’ ବିବୃତି ଦେଇ କହିଛି।
ଏହି ବିଜ୍ଞାନ ଅଭିଯାନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଅଳ୍ପ କେତେ ସପ୍ତାହରେ ମଙ୍ଗଳ ଗ୍ରହର ‘ଜାଜିରୋ କ୍ରେଟର୍’ ବା ‘ଜାଜିରୋ ଗହ୍ବର’କୁ ସାମଗ୍ରିକ ଭାବେ ଅବଲୋକନ କରିବା ଲାଗି ଉକ୍ତ ରୋଭର୍ ଅଳ୍ପ ଉଚ୍ଚ ସ୍ଥାନ ଆରୋହଣ କରିବ। ସେଠାରେ ଥାଇ ରୋଭର୍ଟି ସ୍ବୟଂକ୍ରିୟ ଦିଗବାରେଣୀ ଏବଂ ନମୁନା ବ୍ୟବସ୍ଥା ବଳରେ କେତେକ ସୁପ୍ରାଚୀନ ଭୌଗୋଳିକ ବୈଶିଷ୍ଟ୍ୟ ସର୍ବେକ୍ଷଣ କରିବ। ଏହାର ଉଦ୍ଦେଶ୍ୟ ହେଉଛି ନମୁନା ସଂଗ୍ରହ ପାଇଁ ୪ଟି ସ୍ଥାନ ନିରୂପଣ କରିବା।
Image Courtesy of India Todayଆଗାମୀ କେତେ ମାସ ଭିତରେ ‘ପର୍ସ୍ୟୁଭିୟରାନ୍ସ୍ ରୋଭର୍’ ଉକ୍ତ ଗହ୍ବର ଚଟାଣର ୪ବର୍ଗ କିଲୋମିଟର୍ ଅଞ୍ଚଳରେ ଅନ୍ବେଷଣ କରିବ। ଭବିଷ୍ୟତର ଅଭିଯାନ ପାଇଁ ସେଠାରୁ ସେ ମାଟି ନମୁନା ସଂଗ୍ରହ କରି ପୃଥିବୀକୁ ଫେରିବ ବୋଲି ‘ପର୍ସ୍ୟୁଭିୟରାନ୍ସ୍’ ପ୍ରକଳ୍ପ ପରିଚାଳିକା ଜେନିଫର୍ ଟ୍ରୋସ୍ପର୍ କହିଛନ୍ତି।
Follow Us