ମଙ୍ଗଳ ଗ୍ରହରେ ଐତିହାସିକ ଅବତରଣ କରି ପ୍ରଥମ ଫଟୋ ପଠାଇଲା ନାସାର ରୋଭର୍‌ ‘ପର୍ସୁଭିୟରନ୍‌ସ୍‌’

Advertisment
ମଙ୍ଗଳ ଗ୍ରହରେ ଐତିହାସିକ ଅବତରଣ କରି ପ୍ରଥମ ଫଟୋ ପଠାଇଲା ନାସାର ରୋଭର୍‌ ‘ପର୍ସୁଭିୟରନ୍‌ସ୍‌’

Image Courtesy of India Today

ନୂଆଦିଲ୍ଲୀ: ଗତରାତି (ଶୁକ୍ରବାର) ପ୍ରାୟ ୨:୩୦ ସମୟରେ ‘ନାସା’ର ରୋଭର୍‌ ‘ପର୍ସୁଭିୟରନ୍‌ସ୍‌’ ମଙ୍ଗଳ ଗ୍ରହରେ ଅବତରଣ କରିଛି। ମଙ୍ଗଳ ଗ୍ରହରେ ଜୀବସତ୍ତା ଥିଲା କି, ନାହିଁ, ଜାଣିବା ନିମନ୍ତେ ସେଠାରୁ ଏହି ରୋଭର୍‌ ଶିଳା ନମୁନା ସଂଗ୍ରହ କରି ଫେରିବ।

ଅବତରଣକାଳୀନ ପ୍ରଥମ ଫଟୋ ପ୍ରେରଣ କରି ‘ପର୍ସୁଭିୟରନ୍‌ସ୍‌’ ରୋଭର୍‌ ଲେଖିଛି, ହେ ପୃଥିବୀ। ଚିରନ୍ତନ ବାସସ୍ଥାନରେ ମୋର ପ୍ରଥମ ଦୃଶ୍ୟ।
ଉତ୍‌କ୍ଷେପିତ ହେବାର ପ୍ରାୟ ୭ ମାସ ପରେ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ‘ପର୍ସୁଭିୟରନ୍‌ସ୍‌’ ରୋଭର୍‌ ହେଉଛି ‘ନାସା’ର ପଞ୍ଚମ ରୋଭର୍‌। ଜୁଲାଇ ୩୦ ତାରିଖ ଦିନ ଏହା ଫ୍ଲୋରିଡାର କେପ୍‌ କାନାଭେରାଲ୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ପ୍ରାୟ ୪୭୦ ନିୟୁତ କିଲୋମିଟର୍‌ ଅତିକ୍ରମ କରିବା ପରେ ଏହା ଆଜି ମଙ୍ଗଳପୃଷ୍ଠରେ ଓହ୍ଲାଇଛି। ପୂର୍ବରୁ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ଅନ୍ୟ ରୋଭର୍‌ଗୁଡ଼ିକ ହେଲା ଯମଜ ରୋଭର୍‌ ‘ସୋଜନର୍‌’, ‘ସ୍ପିରିଟ୍‌’ ‘ଅପର୍ଚ୍ୟୁନିଟି’ ଏବଂ ‘କ୍ୟୁରିଓସିଟି’।

publive-image Image Courtesy of CNN

ସଦ୍ୟତମ ରୋଭର୍‌ଟି ଅବତରଣ କରିବା ପରେ ଫ୍ଲାଇଟ୍‌ କଣ୍ଟ୍ରୋଲର୍‌ ସ୍ୱାତୀ ମୋହନ ଘୋଷଣା କରିଥିଲେ, ଅବତରଣ ସୁନିଶ୍ଚିତ! ମଙ୍ଗଳ ପୃଷ୍ଠରେ ‘ପର୍ସୁଭିୟରନ୍‌ସ୍‌’ର ନିରାପଦରେ ଅବତରଣ କରିଛି।

କଠିନ ଅବତରଣରେ ସଫଳ ହୋଇଥିବା ‘ପର୍ସୁଭିୟରନ୍‌ସ୍‌’ ଏହି ଐତିହାସିକ ଅଭିଯାନରେ ଆଗାମୀ ବର୍ଷମାନଙ୍କରେ ମଙ୍ଗଳ ଗ୍ରହରେ ଆଦିମ ଅଣୁଜୀବର ସଙ୍କେତ ତଲାସ କରିବା ସହ ପୃଥିବୀକୁ କିଛି ନମୁନା ନେଇ ଫେରିବ। ଫଳରେ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମାନବ ଯାତ୍ରା ପାଇଁ ପ୍ରସ୍ତୁତି ସୁବିଧାଜନକ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe