ୟୁରୋପର ବିଭିନ୍ନ ଦେଶରେ କୋରାନ ପୋଡ଼ି ଘଟଣା, ବ୍ରିଟେନରେ ଉତ୍ତେଜନା

Advertisment

ବ୍ରିଟେନର ମାଞ୍ଚେଷ୍ଟରରେ ଇସଲାମ ଧର୍ମଗ୍ରନ୍ଥ ପବିତ୍ର କୋରାନର ପୃଷ୍ଠା ଜାଳିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ସ୍ୱିଡେନରେ ସମାନ ଘଟଣା ଘଟାଇଥିବା ସାଲୱାନ ମୋମିକାଙ୍କ ହତ୍ୟାର ଦୁଇ ଦିନ ପରେ ଏହି ଘଟଣା ଘଟିଛି।

Updated On

ବ୍ରିଟେନର ମାଞ୍ଚେଷ୍ଟରରେ ଇସଲାମ ଧର୍ମଗ୍ରନ୍ଥ ପବିତ୍ର କୋରାନର ପୃଷ୍ଠା ଜାଳିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ସ୍ୱିଡେନରେ ସମାନ ଘଟଣା ଘଟାଇଥିବା ସାଲୱାନ ମୋମିକାଙ୍କ ହତ୍ୟାର ଦୁଇ ଦିନ ପରେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
britain

ଲଣ୍ଡନ: ବ୍ରିଟେନର ମାଞ୍ଚେଷ୍ଟରରେ ଇସଲାମ ଧର୍ମଗ୍ରନ୍ଥ ପବିତ୍ର କୋରାନର ପୃଷ୍ଠା ଜାଳିବା ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ସ୍ୱିଡେନରେ ସମାନ ଘଟଣା ଘଟାଇଥିବା ସାଲୱାନ ମୋମିକାଙ୍କ ହତ୍ୟାର ଦୁଇ ଦିନ ପରେ ଏହି ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାୟୀ, ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ 'ଗ୍ଲାଡେ ଅଫ୍ ଲାଇଟ୍ ମେମୋରିଆଲ୍'ରୁ 'ଜାତିଗତ ଉତ୍ତେଜନାମୂଳକ ଜନଶୃଙ୍ଖଳା ଅପରାଧ' ସନ୍ଦେହରେ ଗିରଫ କରାଯାଇଛି। ୨୦୧୭ ମାଞ୍ଚେଷ୍ଟର ଏରିନା ଆତଙ୍କବାଦୀ ଆକ୍ରମଣର ସ୍ମୃତିରେ ଏହି ସ୍ମାରକୀ ନିର୍ମାଣ କରାଯାଇଥିଲା। ପଚରାଉଚରା ପାଇଁ ଅଭିଯୁକ୍ତକୁ ହାଜତରେ ରଖାଯାଇଛି। କେବଳ ବ୍ରିଟେନ ନୁହେଁ ଡେନମାର୍କରେ ତୁର୍କୀ ଦୂତାବାସ ଆଗରେ ବି କୋରାନର ନକଲ ପୋଡ଼ାଯାଇଥିବା ସୂଚନା ମିଳିଛି ।

ବ୍ରିଟେନରେ ଏହି ଧର୍ମଗ୍ରନ୍ଥ ପୋଡ଼ି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଗୁରୁବାର ସ୍ୱିଡେନରେ ସାଲୱାନ ମୋମିକାଙ୍କୁ ହତ୍ୟା କରାଯାଇଥିଲା ଓ ତାହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । 

ବ୍ରିଟେନରେ ଏହି ଧର୍ମଗ୍ରନ୍ଥ ପୋଡ଼ି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଗୁରୁବାର ସ୍ୱିଡେନରେ ସାଲୱାନ ମୋମିକାଙ୍କୁ ହତ୍ୟା କରାଯାଇଥିଲା ଓ ତାହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । 

ସାଲୱାନ ମୋମିକା ଜଣେ ଖ୍ରୀଷ୍ଟିଆନ ଏବଂ ଇସଲାମ ବିରୋଧୀ କର୍ମୀ ଥିଲେ ଯିଏ କି ୨୦୨୩ ରେ କୋରାନର ନକଲ ଜାଳିଥିଲେ । ତାଙ୍କ ଏଭଳି କାର୍ଯ୍ୟକୁ ନେଇ ସମଗ୍ର ବିଶ୍ୱରେ ମୁସଲମାନ ସମ୍ପ୍ରଦାୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ମୁସଲମାନ ଦେଶମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗ୍ରେଟର ମାଞ୍ଚେଷ୍ଟର ପୁଲିସ (ଜିଏମପି)ର ଆସିଷ୍ଟାଣ୍ଟ ଚିଫ୍ କନଷ୍ଟେବଳ ଷ୍ଟେଫନି ପାର୍କର କହିଛନ୍ତି, ଆମେ ବୁଝିପାରୁଛୁ ଯେ ଏହି ଘଟଣା ବିଭିନ୍ନ ସମ୍ପ୍ରଦାୟରେ ଗଭୀର ଚିନ୍ତାର କାରଣ ହୋଇପାରେ। ଆମେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସ୍ୱୀକାର କରୁ, କିନ୍ତୁ କେବଳ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଏହା କାହାର କ୍ଷତି କରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe