Image Source: Zee News
ନୂଆଦିଲ୍ଲୀ: ଡାର୍କ ୱେବ୍ରେ ସାଇବର୍ ଅପରାଧୀମାନେ ମାଗଣାରେ ୨.୯ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଅନ୍ଲାଇନ୍ରେ ଲିକ୍ କରିଛନ୍ତି ବୋଲି ଶନିବାର ଦିନ ଏକ ଅନ୍ଲାଇନ୍ ଗୁଇନ୍ଦା ସଂସ୍ଥା କହିଛି।
‘ସାଇବ୍ଲ’ ନାମକ ଏହି ସଂସ୍ଥା ଶୁକ୍ରବାର ଦିନ ବ୍ଲଗ୍ପୋଷ୍ଟ୍ରେ ଲେଖିଥିଲା ଯେ ଚାକିରି ଖୋଜୁଥିବା ୨୯.୧ ନିୟୁତ ଭାରତୀୟ ବ୍ୟକ୍ତିଗତ ବିବରଣୀ ମାଗଣାରେ ଡିପ୍ୱେବ୍ ପେଜ୍ରେ ଲିକ୍ ହୋଇଛି। ଆମେ ସାଧାରଣତଃ ଏ ଭଳି ଲିକ୍ ଦେଖିଥାଉ, କିନ୍ତୁ ଏଥର ଗୁଡ଼ାଏ ବ୍ୟକ୍ତିଗତ ତଥ୍ୟ ଏଥିରେ ସାମିଲ କରାଯାଇଥିବାରୁ ଏହା ଆମ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ଇ-ମେଲ୍, ଫୋନ୍ ନମ୍ବର୍, ଘର ଠିକଣା, ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଭଳି ବହୁ ସ୍ପର୍ଶକାତର ତଥ୍ୟ ସାମିଲ କରାଯାଇଛି।
Image Source: ET-Techଲିକ୍ ହୋଇଥିବା ଫାଇଲ୍ର ସ୍କ୍ରିନ୍ସଟ୍ ମଧ୍ୟ ଏହି ବ୍ଲଗ୍ପୋଷ୍ଟ୍ରେ ସେୟାର୍ କରାଯାଇଥିଲା। ଏଥିରେ ଭାରତର କେତେକ ଅଗ୍ରଣୀ ଜବ୍ ୱେବ୍ସାଇଟ୍ର ନାମ ମଧ୍ୟ ରହିଛି। ଚୋରି, ଦୁର୍ନିତି ଏବଂ କର୍ପୋରେଟ୍ ଗୁପ୍ତଚରଗିରି ଭଳି ଅପରାଧିକ କାର୍ଯ୍ୟକଳାପ ନିମନ୍ତେ ସାଇବର୍ ଅପରାଧୀମାନେ ଏହି ସବୁ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିଥାଆନ୍ତି।
Follow Us